ସେନ୍‌ସେକ୍ସ ୨୦୦୨ ପଏଣ୍ଟ୍‌ ଖସିଲା ନିବେଶକ ହରାଇଲେ ପ୍ରାୟ ୬ ଲକ୍ଷ କୋଟ

Odisha Hot News
1 Min Read

ନୂଆଦିଲ୍ଲୀ : ଏଜେନ୍ସି ଆମେରିକା ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପ୍ରଭାବରେ ବିଶ୍ୱର ଅନେକ ଦେଶର ଷ୍ଟକ ବଜାରରେ ମାନ୍ଦା କାରବାର ହୋଇଥିଲା । ତାହାର ପ୍ରଭାବରେ ବମ୍ବେ ଷ୍ଟକ
ବଜାରର ସେନ୍‌ସେକ୍ସ ଆରମ୍ଭରୁ ହ ୍ରାସ ସହ ଏହାର ଯାତ୍ରା ଆରମ୍ଭ କରିଥିଲା । ସମୟ ଗଡ଼ି
ଚାଲିବା ସହିତ ହ ୍ରାସର ଧାରା ବତିଥିଲା । କାରବାର ଶେ୍‌ଷ ବେଳକୁ ଗତକାଲିର ବନ୍ଦ ତୁଳନାରେ ୨୦୦୨ ପଏଣ୍ଟ୍‌ ହ ୍ରାସ ସହ ସେନ୍‌ସେକ୍ସ ୩୧,୭୧୫ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା । ଏହାର ପ୍ରଭାବରେ ନିବେଶକମା ଆଜି ୫.୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି । ଆଜି ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିଛନ୍ତି । ଏହାର ପ୍ରଭାବରେ ଆର୍ଥିକ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକର ସେୟାର ମୂଲ୍ୟ କମ୍‌ ହୋଇଛି । ଆଇସିଆଇସିଆଇ ବ୍ୟାଙ୍କ ସର୍ବାଧିକ କ୍ଷତି ସହିଛି । ଏହା ବ୍ୟତୀତ ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ଓ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କର ସେୟାର ମୂଲ୍ୟ ମଧ୍ୟ ୯ ପ୍ରତିଶତରୁ ଅଧିକ ହ ୍ରାସ ପାଇଛି । ଆଜି ନ୍ୟାସନାଲ୍‌ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୫୬୬ ପଏଣ୍ଟ୍‌ ହ ୍ରାସ ପାଇ ୯୨୯୩ ପଏଣ୍ଟ୍‌ରେ ବନ୍ଦ ହୋଇଛି । ନିଫ୍‌ଟିରେ କେବଳ ଔଷଧ କମ୍ପାନୀଗୁଡିକୁ ବାଦ୍‌ ଦେଲେ ଅନ୍ୟ ସବୁପ୍ରକାର କମ୍ପାନୀଗୁଡିକର ସେୟାର ଦାମ୍‌ କମିଛି ।

Share This Article