ଖୋଲା ହେଲା ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି: ନଗଦ ପ୍ରାୟ 95 ଲକ୍ଷ ଟଙ୍କା ସଂଗ୍ରହ

Odisha Hot News
1 Min Read

ଭୁବନେଶ୍ବର: ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି 6 ମାସ ପରେ ଖୋଲାଯାଇଥିବା ବେଳେ ଦାନବାକ୍ସରୁ 94 ଲକ୍ଷ 49 ହଜାର 54 ଟଙ୍କା ସହ 93 ଗ୍ରାମ ସୁନା, 2 କିଲୋ 170 ଗ୍ରାମ ରୁପା ସଂଗ୍ରହ ହୋଇଛି। ଏହାସହ 20 ଡଲାର, 10 ଡଲାର, 1 ଡଲାର ଗୋଟିଏ ଗୋଟିଏ ନୋଟ ସମେତ 5 ଟି ବିଦେଶୀ ମୁଦ୍ରା ଓ ଦୁଇଟି ପୁରୁଣା 500 ଟାଙ୍କିଆ ନୋଟ ହୁଣ୍ଡିରୁ ବାହାରିଥିବା ଜଣାପଡ଼ିଛି।

ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ସକାଳୁ ଖୋଲାଯାଇ ଗଣତି କରାଯାଇଥିଲା।

Share This Article