ଲିଙ୍ଗରାଜ ସେବାୟତ ବିବାଦକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

Odisha Hot News
1 Min Read

ଭୁବନେଶ୍ବର: ଦୀର୍ଘ ତିନିଦିନ ଧରି ପ୍ରଭୃ ଲିଙ୍ଗରାଜଙ୍କ ପୂଜା ବନ୍ଦ ରହିଛି। ଠାକୁରେ ମକର ମଣ୍ଡପରେ ତିନିଦିନ ଧରି ବସି ରହିଛନ୍ତି। ଭକ୍ତମାନେ ଦର୍ଶନ କରିବାକୁ ମନ୍ଦିରକୁ ଯାଉଥିଲେ ମଧ୍ୟ ପ୍ରଭୃଙ୍କ ପୂଜା ହୋଇ ନାହିଁ ଜାଣିବା ପରେ ଅସନ୍ତୁଷ୍ଠ ବ୍ୟକ୍ତ କରିଛନ୍ତି। ତେବେ ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କ୍ଷୋଭ ପ୍ରକାଶ କରିଛନ୍ତି।

ସେ ଏହି ବିବାଦକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ ଖୋଲାଖୋଲି କହିଛନ୍ତି ଯେ, ଏହାକୁ ନେଇ ବିରୋଧୀ ରାଜନୀତି ରୁଟି ସେକୁଛନ୍ତି। ହେଲେ ଏହାକୁ ଆମେ କେବେ କରିବାକୁ ଦେବୁ ନାହିଁ। ଏହାର ଖୁବ ଶିଘ୍ର ସମାଧାନ ହେବ। ଯେଉଁମାନେ ରୁଟି ସେକୁଛନ୍ତି ଦୟାକରି ତାହା ବନ୍ଦ କରନ୍ତୁ ବୋଲି ମନ୍ତ୍ରୀ ଧମକ ଦେଇଛନ୍ତି।

Share This Article