ବିଜେଡି ବିଭିନ୍ନ ନେତାଙ୍କୁ ଦେଲା ନୂଆ ପଦପଦବୀ, ଭୂପିନ୍ଦର ସିଂଙ୍କୁ ବଡ ଦାୟିତ୍ବ

Odisha Hot News
1 Min Read

ଭୁବନେଶ୍ବର: ବିଜୁ ଜନତା ଦଳ କେତେକ ନେତାଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ପିରଦାନ କରିଛି। ବର୍ତ୍ତମାନ ନିର୍ବାଚନ ଚାଲିଥିବାରୁ ଦଳ ତାହାର ସଂଗଠନକୁ ସୁଦୃଢ କରିବାରେ ଲାଗିଛି। ସେହି ହିସାବରେ ବିଜେଡି ଦଳରଯେଉଁ ନେତାଙ୍କୁ ଦାୟିତ୍ବ ଦେଇଛି ତାହା ହେଲା

1- ଦେବେନ୍ଦ୍ର ଦାସ- ସାଧାରଣ ସଂପାଦକ, ବିଜେଡି

2-ସୟଦ ମୁବାରକ- ରାଜ୍ୟ ସଂପାଦକ, ବିଜେଡି

3- ନିର୍ମଳ ସାହୁ- ରାଜ୍ୟ ସଂପାଦକ, ବିଜେଡି

4- ବଳରାମ ପ୍ରସାଦ- ରାଜ୍ୟ ସଂପାଦକ, ବିଜେଡି

5- ଅଶୋକ ନାୟକ- ସାଧାରଣ ସଂପାଦକ, ବିଜେଡି, ହିନ୍ଦୋଳ ନିର୍ବାଚନ ସଂଯୋଜକ

ସେହିପରି ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କୁ ଏକ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ଦଳ କଣ୍ଟାବାଞ୍ଜି ବିଧାନସଭାର ମୁଖ୍ୟ ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତ କରିଛି। ଏହି ନିର୍ବାଚନ ମଣ୍ଡଳିରେ ଖୋଦ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପଟେ ସେଠାରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ସିଂ ସାଲୁଜା। ଭୂପିନ୍ଦର କଂଗ୍ରେସରେ ଥିବା ବେଳେ ସାଲୁଜା ତାଙ୍କର ଭଲ ବନ୍ଧୁ। ସେଥିପାଇଁ ଭୂପିନ୍ଦରଙ୍କୁ ସେଠାରେ ନିର୍ବାଚନ ପରିଚାଳନା ପାଇଁ ଦଳ ଦାୟିତ୍ବ ଦେଇଛି।

Share This Article