ସମ୍ବଲପୁର: ଏସିଆ ମହାଦେଶର ଅନ୍ୟତମ ବୃହତ ଜଳଭଣ୍ଡାର ବିପଦ ମୁହଁକୁ ଠେଲି ହୋଇଯାଉଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ହୀରାକୁଦ ଜଳଭଣ୍ଡାରର ସ୍ଥିତି ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଳଭଣ୍ଡାରର ଅନେକଗୁଡ଼ିଏ ସ୍ଥାନରେ ଫାଟ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଅପରେସନ ଗ୍ୟାଲେରି, ଫାଉଣ୍ଡେସନ ଗ୍ୟାଲେରିରେ ଫାଟ ସୃଷ୍ଟି ହୋଇଛି। ସେହିପରି ଉଭୟ ବାମ ଓ ଦକ୍ଷିଣ ସ୍ପିଲୱେ ଗେଟ୍ ସାଫ୍ଟ, ସ୍ଲୁଇସ୍ ବ୍ୟାରେଲରେ ମଧ୍ୟ ଫାଟ ଦେଖାଯାଉଛି। ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ହୀରାକୁଦ ଡ୍ୟାମ୍ ନିରୀକ୍ଷଣ କରିବାକୁ ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛି। ଏହି ଚିଠି ଡ୍ୟାମ୍ ସେଫ୍ଟି ମୁଖ୍ୟଯନ୍ତ୍ରୀ ଶିବାଶିଷ ପାଢ଼ୀଙ୍କ ଦ୍ବାରା ଲେଖାଯାଇଛି।
ସୂଚନାଯୋଗ୍ୟ, ୨୦୨୦ ମସିହାରେ ଡ୍ୟାମ୍ ସେଫ୍ଟି ରିଭ୍ୟୁ ପ୍ୟାନେଲ (ଡିଏସ୍ଆରପି) ଟିମ୍ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଉପରେ ଯାଞ୍ଚ କରିଥିଲେ। ଏହି ଟିମ୍ ସ୍ପିଲୱେ ଗେଟ୍ ସାଫ୍ଟ, ସ୍ଲୁଇସ୍ ବ୍ୟାରେଲକୁ ଅଧିକ ଅନୁଧ୍ୟାନ ପାଇଁ କହିଥିଲେ। ସ୍ପିଲୱେ ତଳମୁଣ୍ଡ ଯାଞ୍ଚ ଡ୍ରୋନ ଦ୍ୱାରା କରିବାକୁ ପରାମର୍ଶ ଦେଇଥିଲେ। ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ପ୍ରତି ୫ ବର୍ଷରେ ଥରେ ସର୍ଭେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ୧୯୯୯ରେ ଶେଷ ଥର ପାଇଁ ସର୍ଭେ କରାଯାଇଥିଲା। କିନ୍ତୁ ତା’ ପରଠାରୁ ଆଉ ସର୍ଭେ କରାଯାଇନଥିବା ଜଣାପଡ଼ିଛି। ତେବେ ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ଯେ, ଡ୍ୟାମ ପ୍ରତି ଆଦୌ ବିପଦ ନାହିଁ।
ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ହୀରାକୁଦ ଡ୍ୟାମ୍ ନିରୀକ୍ଷଣ କରିବାକୁ ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି

Comment