ଲଘୁଚାପ ଜନିତ ବର୍ଷା: ମଣ୍ଡିରେ ଧାନ ଭିଜିବା ନେଇ ଚାଷୀ ସମସ୍ୟା ବୃଦ୍ଧି 

Odisha Hot News
1 Min Read

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ମଣ୍ଡିରେ ଧାନ ବସ୍ତା ଭିଯିବା ନେଇ ଚାଷୀ ସମସ୍ୟା ଦେଖାଯାଉଛି। ଜିଲ୍ଲାର ଅନେକ ମଣ୍ଡିରେ ଧାନବସ୍ତା ରଖିବା ବ୍ୟବସ୍ଥା ନଥିବା ବେଳେ ଖୁଲା ଆକାଶ ତଳେ ଧାନ ବସ୍ତା ତାରପୋଲିନ ରେ ରଖାଯାଉଛି। ଫଳରେ ଧାନ ବସ୍ତା ଭିଜି ଗଜା ହେବା ସମସ୍ୟା ଦେଖାଯାଉଛି।

କରଙ୍ଗାମାଲ ପେକ୍ସ ର ଗଣ୍ଡାବାହାଳୀ ଧାନ ମଣ୍ଡି ରେ କୁତ୍ରିମ ବନ୍ୟା। ଏଠାରେ ଖୋଲା ଆକାଶ ତଳେ ଚାଲୁଛି ମଣ୍ଡି। ମଣ୍ଡିରେ ପଡ଼ିରହିଛି ହଜାର ହଜାର ବସ୍ତା ଧାନ। ମଣ୍ଡି ପରିସର ବର୍ଷାରେ ବେହାଲ ହୋଇଥିବା ବେଳେ କୋଦାଳ, ରଫା ଧରି ଚାଷୀ ମାନେ ମଣ୍ଡିରୁ ବର୍ଷା ପାଣିକୁ ବାହାର କରୁଛନ୍ତି। ମଣ୍ଡିକୁ ସୁରକ୍ଷିତ କରିବା ପାଇଁ ଭିତ୍ତିଭୂମି ଏ ଆବଶ୍ୟକ ଥିବା ବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ। ଏବେ ଅଞ୍ଚଳରେ ପ୍ରବଳ ବର୍ଷା ଗଣ୍ଡାବାହାଲି ଅଞ୍ଚଳର ଚାଷୀଙ୍କ ଧାନ ବିକ୍ରି ଚିନ୍ତା ଦୁଇ ଗୁଣା ବଢିଛି।

ବର୍ଷା ଜାରି ରହିଲେ ଧାନ ସବୁ ଗଜା ହେବା ଆଶଙ୍କା କରିଛି ଚାଷୀ। ମଣ୍ଡିରେ ଧାନ ବସ୍ତା ସୁରକ୍ଷାରେ ରଖିବା ସହ ଶୀଘ୍ର ଧାନ ଉଠାଇବାକୁ ଚାଷୀ ଦାବି କରିଛି। ଖଡ଼ିଆଳ,ବୋଡେ଼ନ, ସିନାପାଲି ଅଞ୍ଚଳରେ ରାତିରୁ ବର୍ଷା ଜାରି ରହିଛ।

Share This Article