ମୁଖ୍ୟମନ୍ତ୍ରୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କଲେ ଓଡିଶା ସର୍କଲର ମୁଖ୍ୟ ମହା ଡାକପାଳ

Odisha Hot News
1 Min Read

ଭୁବନେଶ୍ଵର: ଓଡିଶା ସର୍କଲର ମୁଖ୍ୟ ମହା ଡାକପାଳ ନିର୍ମଳଜିତ ସିଂହ, ଆଇପିଓଏସ୍ (1997) ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଲୋକ ସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଗସ୍ତ ସମୟରେ, ମୁଖ୍ୟ ମହା ଡାକପାଳ ରାଜ୍ୟ ସାରା ଡାକ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ଏବଂ ଇଣ୍ଡିଆ ପୋଷ୍ଟର ଆଗାମୀ ଆଇଟି ଆଧୁନିକୀକରଣ ପ୍ରକଳ୍ପ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯାହା ବହୁତ ଗ୍ରାହକ ଅନୁକୂଳ ହେବ। ସେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ମାଧ୍ୟମରେ ନାଗରିକମାନଙ୍କୁ ସେମାନଙ୍କ ଦ୍ୱାରଦେଶରେ ସୁଗମ ସେବା ପ୍ରଦାନ କରିବା ପାଇଁ ରାଜ୍ୟର ବ୍ୟାଙ୍କ ନଥିବା ଅଞ୍ଚଳରେ ଖୋଲାଯାଇଥିବା ନୂତନ ପୋଷ୍ଟ ଅଫିସ ବିଷୟରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ମହା ଡାକପାଳ, ଓଡ଼ିଶା ସର୍କଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ “ମାଇଁ ଷ୍ଟାମ୍ପ” ପ୍ରଦାନ କରିଥିଲେ। ଗସ୍ତ ସମୟରେ, ଅମିତ କୁମାର ଝା, ଆଇପିଓଏସ୍ (2015), ଡାକ ସେବା (ମୁଖ୍ୟାଳୟ) ନିର୍ଦ୍ଦେଶକ ଉପସ୍ଥିତ ଥିଲେ।

Share This Article