୩୩ ତମ ସର୍ବ ଭାରତୀୟ ୱାଇ ଏମସିକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Odisha Hot News
1 Min Read

ଭୁବନେଶ୍ଵର: ୩୩ ତମ ସର୍ବ ଭାରତୀୟ ୱାଇ ଏମ ସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ ଖେଳ କଟକ ଏବଂ ଫରେଷ୍ଟ ଭିଲାଇ ମଧ୍ୟରେ ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୩ ତମ ସର୍ବ ଭାରତୀୟ ୱାଇ ଏମ ସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ ଖେଳ କଟକ ଏବଂ ଫରେଷ୍ଟ ଭିଲାଇ ମଧ୍ୟରେ ଅନୁଷ୍ଠିତ କଟକ ବିଜୟୀ ହୋଇଅଛି। କଟକ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୩୦ ଓଭର ରେ ୭ ୱିକେଟ ବିନିମୟରେ ୧୮୪ ରନ ଲକ୍ଷ ଦେଇଥିଲେ।

ଏହାର ଜବାବ ରେ ଫରେଷ୍ଟ ଭିଲାଈ ନିର୍ଦ୍ଧାରିତ ଓଭର ରେ ୬ ୱିକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲେ। ଫରେଷ୍ଟ ଭିଲାଈ ୯ ରନ ରେ ପରାସ୍ତ ହୋଇଛନ୍ତି। କଟକ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟରେ ଉନ୍ନୀତ ହୋଇଥିବା ବେଳେ କଟକର ପ୍ରତ୍ୟୁଷ ପ୍ରଧାନ ମେନ ଅଫ୍ ଦି ମ୍ୟାଚ ପାଇଛନ୍ତି।

ଦ୍ଵିତୀୟ ଦିନରେ ଅତିଥି ରୂପେ ଶମ୍ଭୁ ଗୁପ୍ତା, ଟୁଲୁ ପାଢୀ, ଅତିରିକ୍ତ ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ବୁଲୁ ପାଣିଗ୍ରାହୀ ଯୋଗ ଦେଇଥିଲେ। ମହାମାୟା ନିର୍ଦ୍ଧେଶକ ଟଙ୍କଧର ସାହୁ ପ୍ରତ୍ୟୁଷ ପ୍ରଧାନ ମେନ ଅଫ୍ ଦ ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ।

Share This Article