ଓଡ଼ିଶାର ମୁଖ୍ୟ ଆୟକର କମିଶନର ହେଲେ ପାରମିତା ଶତପଥୀ

Odisha Hot News
1 Min Read

ଭୁବନେଶ୍ବର: ଓଡ଼ିଶାର ନୂତନ ପ୍ରଧାନ ମୁଖ୍ୟ ଆୟକର କମିଶନର ପଦ ଗ୍ରହଣ କରିଛନ୍ତି ପାରମିତା ଶତପଥୀ। ସେ ଜଣେ ସୁନାମଧନ୍ୟା ସୁଲେଖିକା, ଔପନ୍ୟାସିକା ତଥା ଭାରତୀୟ ରାଜସ୍ବ ସେବା ଅଧିକାରୀ। ଆଜି ସେ ବିଧିବଧ ଭାବେ ସେ ଏହି ଗୁରୁ ଦାୟିତ୍ବ ଗ୍ରହଣ କରିଛନ୍ତି।

ପାରମିତା ଶତପଥୀ ହେଉଛନ୍ତି ୧୯୮୯ ବ୍ୟାଚର ଭାରତୀୟ ରାଜସ୍ବ ସେବାର ଅଧିକାରୀ । ପୂର୍ବରୁ ସେ ଓଡ଼ିଶାରର ଆୟକର ବିଭାଗରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିବା ସହ ୬ ବର୍ଷ ଧରି ଓଡ଼ିଶା ପାୱାର ଜେନରେସନ କର୍ପୋରେସନ ଲିମିଟେଡ (ଓପିଜିସି)ର ଡାଇରେକ୍ଟର ଅଫ ଫାଇନାନ୍ସ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।

ଶ୍ରୀମତୀ ଶତପଥୀଙ୍କ ଓଡ଼ିଶା ତଥା ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ରହିଛି। ୨୦୦୬ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବେଳେ ୨୦୧୬ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ସେହିପରି ୨୦୨୧ରେ ଶାରଳା ପୁରସ୍କାର ସମେତ ବହୁ ଅନୁଷ୍ଠାନ ଦ୍ବାରା ପୁରସ୍କୃତ ହୋଇଛନ୍ତି ।

Share This Article