ଶଙ୍ଖ ଫୁଙ୍କିଲେ ଭେଟରାନ ନେତା ଚିରଞ୍ଜୀବ ବିଶ୍ବାଳ ଏବଂ ତାଙ୍କ ସମର୍ଥକ

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି କଂଗ୍ରେସର ଭେଟରାନ ନେତା ଚିରଞ୍ଜୀବ ବିଶ୍ବାଳ ଏବଂ ତାଙ୍କ ସମର୍ଥକ। ଆଜି ଚିରଞ୍ଜୀବ ଏକ ଶୋଭାଯାତ୍ରାରେ ଆସି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସାଂସଦ ମାନସ ମଙ୍ଗରାଜ ଏବଂ ସାଂସଦ ସସ୍ମିତ ପାତ୍ର ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଥିଲେ।

ଏହି ଅବସରରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ଏହା ବ୍ୟତିତ ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଚିରଞ୍ଜୀବ କହିଛନ୍ତି। ବର୍ତ୍ତମାନ ଦଳ ଚଳିତ ନିର୍ବାଚନରେ ଯେଉଁ ସଫଳତା ହାସଲ କରିବାକୁ ଯାଉଛନ୍ତି ସେଥିରେ ମୁଁ ଗୁଣ୍ଡୁଚି ମୂଷା ପରି କାମ କରିବି ବୋଲି ଚିରଞ୍ଜୀବ କହିଛନ୍ତି।

Share This Article