ଶିଶୁ ମଙ୍ଗଳ କମିଟି ସଦସ୍ୟାଙ୍କୁ ହତ୍ୟା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ନିଳକଣ୍ଠ ନଗର ଅଞ୍ଚଳରେ ରହୁଥିବା ଶିଶୁ ମଙ୍ଗଳ କମିଟି ସଦସ୍ୟା ତଥା ସାମାଜିକ ଅନୁଷ୍ଠାନ “ଅରୁଣା”ର ନିର୍ଦ୍ଦେଶିକା ସୌଦାମିନୀ ରଥଙ୍କୁ ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ମୃତ ସୌଦାମିନୀ କୌଣସି ସରକାରୀ କାର୍ଯ୍ୟକ୍ରମରେ ତିନି ଦିନ ପାଇଁ ଭୁବନେଶ୍ବର ଯାଇଥିଲେ। କିନ୍ତୁ ସେ ଦୁଇ ଦିନ ପରେ ବ୍ରହ୍ମପୁର ଫେରି ନିଜ ଘରେ ମୋବାଇଲ ଫୋନ ଯୋଗେ ଅଫିସ ଷ୍ଟାଫ୍ ମାନଙ୍କ ସହ ଆଲୋଚନା କରିଥିଲେ ଓ ଆଲୋଚନା ସମୟରେ ମରିଗଲି ମରିଗଲି ବୋଲି କହୁଥିବା ପରେ ଫୋନ୍ ବନ୍ଦ ହୋଇଯାଇଥିଲା। ଯାହା ଫଳରେ ଅଫିସ ଷ୍ଟାଫ୍ ଆସି ଦେଖିଲା ବେଳକୁ ସେ ନିର୍ଜୀବ ଅବସ୍ଥାରେ ତଳେ ପଡିଛନ୍ତି।

ଉକ୍ତ କର୍ମଚାରୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଯେତେଦୂର ସମ୍ଭବ କୌଣସି ଦୁର୍ବୃତ୍ତ ଚୋରି କରିବାକୁ ଆସି ଏହି ଭଳି ଘଟଣା ଘଟାଇଥିବା ପୋଲିସ ଅନୁମାନ କରୁଛି।

କିନ୍ତୁ ଅନ୍ୟ ପକ୍ଷରେ ସୌଦାମିନୀଙ୍କ ରକ୍ତ ଭିଜା ପୋଷାକ ତାଙ୍କ ଡ଼୍ରାଇଭର ଠାରୁ ଜବତ ହୋଇଥିବାରୁ, ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଛି।

Share This Article