ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳ ବର୍ଷା, ସୃଷ୍ଟି ହୋଇଛି ଦୁଇଟି ଘୂର୍ଣ୍ଣିବଳୟ

Odisha Hot News
0 Min Read

ଭୁବନେଶ୍ବର: ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳ ବର୍ଷା ଲାଗିରହିବ। ଏହି ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ବର୍ତ୍ତମାନ ବଙ୍ଗାପସାଗରରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଗୋଟିଏ ପଶ୍ଚିମ କେନ୍ଦ୍ରୀୟ ସ୍ଥଳରେ ହୋଇଥିବା ବେଳେ ଅନ୍ୟଟି ମିଆମାର ଅଞ୍ଚଳରେ ସୃଷ୍ଟି ହୋଇଛି।

ଏହି ଦୁଇ ଘୂର୍ଣ୍ଣବଳୟ ପ୍ରଭାବରେ ଓଡିଶାର ଆସନ୍ତା ଚାରିଦିନ ପାଇଁ ପ୍ରବଳ ବର୍ଷା ସମ୍ଭାବନା ଚେତାବନୀ ଦିଆଯାଇଛି। ଆସନ୍ତାକାଲିଠାରୁ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share This Article