କ୍ଲବଫୁଟ ଇଣ୍ଡିଆ ସହ ଓଡିଶା ସରକାରଙ୍କ ଚୁକ୍ତିନାମା ସ୍ଵାକ୍ଷର: ନବଜାତ ଶିଶୁଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଲକ୍ଷ୍ୟ

Odisha Hot News
1 Min Read

ଭୁବନେଶ୍ଵର: ଆଜି କ୍ଲବଫୁଟ ଇଣ୍ଡିଆ ସହ ଓଡିଶା ସରକାର ଚୁକ୍ତିନାମା ସ୍ଵାକ୍ଷର କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏହି ଚୁକ୍ତିନାମାର ପ୍ରମୁଖ ଅଂଶୀଦାର ଅଟେ। କ୍ଲବଫୁଟ ଅଭିଯାନକୁ ୨ ବର୍ଷ ଅର୍ଥାତ ୨୦୨୭ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। କ୍ଲବଫୁଟ କ୍ଷେତ୍ରରେ ତ୍ଵରିତ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କ୍ଲବଫୁଟ ଦ୍ୱାରା ପ୍ରଭାବିତ ହେଉଥିବା ନବଜାତ ଶିଶୁମାନଙ୍କ ମୁକ୍ତ ଓ ଉତ୍ତମ ଚିକିତ୍ସା ଏହି ଚୁକ୍ତିନାମାର ପ୍ରଧାନ ଆଭିମୁଖ୍ୟ।

ସମଗ୍ର ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ବିସ୍ତାର କରି ପ୍ରତ୍ୟେକ ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ଚିକିତ୍ସା ବ୍ୟବସ୍ଥା କରିବାକୁ ଆମ ସରକାର ଯୋଜନା କରୁଛନ୍ତି, ଯାହା ଦ୍ୱାରା ପ୍ରତ୍ୟେକ ନବଜାତ ଶିଶୁ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରିବେ।

Share This Article