ବୃଦ୍ଧି ପାଇଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

Odisha Hot News
1 Min Read

ଭୁବନେଶ୍ୱର: ଏକ ବର୍ଷ ପାଇଁ ବୃଦ୍ଧି ପାଇଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଚଳିତ ଡିସେମ୍ବର ୩୧ ତାରିଖରେ ସେ ଅବସର ନେଇଥାନ୍ତେ। ମାତ୍ର ତା ପୂର୍ବରୁ ସରକାର ଆଉ ଏକ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ଫଳରେ ଶ୍ରୀ ଆହୁଜା ଆସନ୍ତା ୨୦୨୫ ଡିସେମ୍ବର ୩୧ ଯାଏଁ ଚାକିରିରେ ରହିବେ।

୧୯୯୦ ବ୍ୟାଚ୍ ଓଡିଶା କ୍ୟାଡରର ଆଇଏଏସ୍ ହେଉଛନ୍ତି ମନୋଜ ଆହୁଜା। ରାଜ୍ୟରେ ବିଜେପି ସରକାର ଆସିବା ପରେ ତାଙ୍କୁ ୨୦୨୪ ଜୁନ୍ ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିଲା। ୨୦୧୭ ମସିହାରୁ ସେ କେନ୍ଦ୍ରୀୟ ଡେପୁଟେସନରେ ଥିଲେ।

Share This Article