ବୈାଦ୍ଧ :ନୃଶଂସ ଜ୍ୱାଇଁ ସାମାନ୍ୟ ବଚସାକୁ ଜେନ୍ଦ୍ରକରି ଶଶୂରକୁ ଟାଙ୍ଗିଆରେ ହାଣି ମାରିଦେଲା । ଏଭଳି ଅଭାବନୀୟ ଘଟଣା ଘଟିଛି ବୈାଦ୍ଧ ଜିଲା ସରସରା ଗାଁର ଟିକିର ସାହିରେ । ମୃତକ ହେଲେ ଘୁଣ୍ଡୁବାରିକ । ଅଭିଯୁକ୍ତ ଜ୍ୱାଇଁ ହେଲେ ପଙ୍କଜ ସେଠୀ । ସୂଚନା ମୁତାବକ, ବାତ୍ୟା ପେଥାଇ କୁ ନେଇ ସାରା ରାଜ୍ୟର ଚଷାପୁଅଙ୍କ ମନରେ ଭୟ ଉପୁଜିଥିଲା । କାରଣ ଚଷା ପୁଅ କରିଥିବା ଅମଳ ଧାନକୁ କିପରି ସୁରକ୍ଷିତ ରଖିବେ ଏନେଇ ଚାଷି ମଧ୍ୟରେ ତତ୍ପରତା ଦେଖାସେଥିଲା । ସେହିପରି ବୈାଦ୍ଧ ଜିଲ୍ଲାର ଟିକିର ସାହିର ଘୁଣ୍ଡୁ ବାରିକ ମଧ୍ୟ ନିଜ ବିଲରୁ କିପରି ଧାନ କାଟି ବିଲରୁ ଆଣିବେ ସେଥିପାଇଁ ଜୋରଦାର ଲାଗିପଡିଥିଲେ । ତେବେ ବାତ୍ୟା ଆସିବା ଘୁଣ୍ଡୁ ଓ ତାଙ୍କ ଜ୍ୱାଇଁ ମିଶି ବିଲକୁ ଯାନ କାଟିବାକୁ ଯାଇଥିଲେ । ହେଲେ ବିଲରେ କୈାଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ଟିକିଏ ଝଗଡା କେତେବେଳେ ଉଗ୍ରରୂପ ନେଇସାରିଥିଲା ସେମାନଙ୍କୁ ଜଣାପଡିନଥିଲା । ତେବେ ଏଥିରେ ଅତିସ ହୋଇ ଜ୍ୱାଇଁ ପଙ୍କଜ ଶଶୂରଙ୍କୁ ଟାଙ୍ଗିଆରେ ହାଣିଦେଇଥିଲେ । ଯାହା ଫଳରେ ଘଟଣା ସ୍ଥଲରେ ଶଶୂରଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଗାଁ ଲୋକେ ପଙ୍କଜକୁ କାବୁ କରି ପୁଲିସ ଖବରଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଲରେ ପହଞ୍ଚି ମ,ୃତଦେହକୁ ଜବତ କରିବା ସହିତ ଅଭୁଯୁକ୍ତ ପଙ୍କଜକୁ ଗିରଫ କରିଥିବା ଜଣ।।ପଡିଛି ।
ନୃଶଂସ ଜ୍ୱାଇଁ ଶଶୂରକୁ ଟାଙ୍ଗିଆରେ ହାଣିମାରିଦେଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- https://6may.org on ଜାତୀୟ ମହିଳା ଫୁଟବଲ, ଓଡ଼ିଶା ଦଳରେ ଆଳିରୁ ୩
- 1win_pjMn on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- 1win_sukn on ଭାଜପାକୁ ଝଟକା: ରାଜ୍ୟ ଉପସଭାପତି ରାଜକିଶୋର ଦାସ ଛାଡ଼ିଲେ ଦଳ
- mostbet_stmi on ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା ନେଇ ସତର୍କ ସୂଚନା ଜାରି
- Raymondguche on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
