ରଣପୁର: ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ- ୨୦୨୪ ଅନୁଷ୍ଠିତ

Odisha Hot News
1 Min Read

ରଣପୁର: ରାଜ୍ୟରେ ଥିବା ସମସ୍ତ ଭିନ୍ନକ୍ଷମ ମାନଙ୍କୁ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଚିହ୍ନଟ କରି ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ହେଉଛି ଏହି ଶିବିରର ଲକ୍ଷ୍ୟ। ଗୁରୁବାର ପୂର୍ବାହ୍ନ ରେ ରଣପୁର ବ୍ଲକ୍ ପରିସର ମଧ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ୨୦୨୪ ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ନିର୍ମଳା ବେହେରା, ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ଅନ୍ୟତମ ଅତିଥି ଭାବେ ବିଡିଓ ସୁଧୀର କୁମାର ନାୟକ ଙ୍କ ସହ ଅଧିକାଂଶ ସରପଂଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ। ଏହି ଶିବିର ରେ ମୋଟ୍ ୪୩୫ ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଇଥିବା ବେଳେ ଅସ୍ଥିଶଲ୍ୟ ବିଭାଗ ରେ ସର୍ବାଧିକ ୧୯୪ ଜଣ, ଦୃଷ୍ଟି ବାଧିତ ବିଭାଗରେ ୫୯ଜଣ, ଶ୍ରବଣ ବାଧିତ ରେ ୧୨୪ ଜଣ, ମାନସିକ ଅନଗ୍ରସର ରେ ୫୭ ଜଣ ଓ ଭେଷଜ ବର୍ଗରେ ୧ ଜଣ ସାମିଲ୍ ହୋଇଥିଲେ।

ଅସ୍ଥିଶଲ୍ୟ ବିଭାଗର ଡଃ ବିଏସ ରାଓ, ଚକ୍ଷୁ ରୋଗ ବିଶେଷଜ୍ଞ ପ୍ରସନ୍ନ ପ୍ରସାଦ ସାହୁ, ସର୍ଜରୀ ବିଶେଷଜ୍ଞ ଡଃ ବୈଦ୍ୟନାଥ ନନ୍ଦ, ମାନସିକ ରୋଗ ବିଶେଷଜ୍ଞ, ମେଡିସିନ ଓ ଅନ୍ୟାନ୍ୟ ବିଭାଗ ପାଇଁ ଡଃ ଶତୃଘ୍ନ ନାୟକ, ଶ୍ରବଣ ବାଧିତ ଙ୍କ ପାଇଁ ଡଃ ପୀତବାସ ନାୟକ, ଓ ଅଡିଓଲୋଜିଷ୍ଟ ଡଃ ନିଷ୍ଠାରଞ୍ଜନ ଦାଶ ଯୋଗ ଦେଇ ଆବେଦନକାରୀଙ୍କୁ ପରୀକ୍ଷା କରିଥିଲେ। ଏହାର ପରିଚାଳନା ଦାୟିତ୍ୱରେ ନିବେଦିତା ଜାନି ଙ୍କ ସହ ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀ ମାନେ ସହଯୋଗ କରିଥିଲେ।

Share This Article