ପ୍ରଧାନମନ୍ତ୍ରୀଙ୍କ ‘ମାଲ’ ପ୍ରସଂଗ ନେଇ ରାଜ୍ୟସଭାରେ ନିଆଁ ଲଗାଇ ଦେଲେ ସାଂସଦ ସୁଲତା ଦେଓ

Odisha Hot News
2 Min Read

ନୂଆଦିଲ୍ଲୀ: ଓଡିଶାର ଫେୟାର ବ୍ରାଣ୍ଡ ନେତ୍ରୀ ସୁଲତା ଦେଓ ଗତକାଲି ରାଜ୍ୟସଭାରେ ଯେଉଁ ବିସ୍ପୋରକ ଭାଷଣ ଦେଇଛନ୍ତି ତାହାକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା। ତାହା ହେଲା ସୁଲତା ପ୍ରଧାନମନ୍ତ୍ରୀ କହିଥିବା ‘ମାଲ’ ପ୍ରସଂଗରେ ପୁରା ରାଜ୍ୟସଭାକୁ ହୁଲୁସ୍ତୁଲ କରିଦେଇଛନ୍ତି। ସେ ନିକଟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ଦୁଇ ସାଂସଦ ମମତା ମହନ୍ତ ଏବଂ ସୁଜିତ କୁମାରଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ସମ୍ବିଧାନ ଡିବେଟ ରେ ଭାଷଣ ଦେବା ବେଳେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାର କିପରି ଗୋଟିଏ ଭୋଟରେ ଭାଙ୍ଗି ଯାଇଥିଲା ତାହାର ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ, ସେତେବେଳେ ବଜାରରେ ମାଲ ମିଳୁଥିଲା। ଅଟଳବିହାରୀ ଚାହିଁଥିଲେ ଆଣିପାରି ଥାଆନ୍ତେ। ହେଲେ ସେ ତାହା କଲେ ନାହିଁ। ପ୍ରଧାନମନ୍ତ୍ରୀ ସାଂସଦଙ୍କୁ ମାଲ କହିବା ନେଇ ସୁଲତା ରାଜ୍ୟ ସଭାରେ ତୁମ୍ବି ତୋଫାନ କରିଛନ୍ତି।

ସେ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତିକୁ ତୀବ୍ର ବିରୋଧ କରିଛନ୍ତି। ସେ କହିଛନ୍ତି ଯେଉଁମାନେ ନିର୍ବାଚିତ ହୋଇ ଏଠାରେ ସାଂସଦ ହେଉଛନ୍ତି ସେମାନେ କଣ ମାଲ କି ବୋଲି ସେ ପ୍ରଶ୍ନ କରିଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ ଇଙ୍ଗିତ କରି କହିଥିଲେ ଯେ, ଅଟଳ ବିହାରୀ ମାଲ ନେଉ ନ ଥିଲେ। ହେଲେ ଆପଣ ତ ମାଲ ଗୋଟାଇବାରେ ଧୁରନ୍ଧର। ଆପଣ ଆମ ବିଜେଡିରୁ ଦୁଇଟି ମାଲ ଏବେ ଏବେ କିଣି କରି ନେଇଛନ୍ତି। ଏହା କଣ ସମ୍ବିଧାନ ବିରୋଧୀ ନୁହେଁ କି ବୋଲି ସୁଲତା ଗୃହରେ ପ୍ରଶ୍ନ କରିଥିଲେ।

ସେହିପରି ସେ ରାଷ୍ଟ୍ରପତିଙ୍କୁ ମଧ୍ୟ ଛାଡି ନ ଥିଲେ। ସେ କହିଥିଲେ ଯେ, ରାଷ୍ଟ୍ରପତି ପଶ୍ଚିମବଂଗ ଆର ଜି କର ହସପିଟାଲ ଘଟଣାରେ କ୍ଷୋଭ ପ୍ରକାଶ କରିଥିଲେ। ତାହା ଠିକ କଥା। ହେଲେ ମଣିପୁରରେ ଦୀର୍ଘ ଦିନ ଧରି ଯେଉଁ ହିଂସା ହେଉଛି ତା ଉପରେ ସେ କେବେ କିଛି କହିଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ସେହିପରି ସେ କହିଥିଲେ ଯେ, ରାଷ୍ଟପତିଙ୍କ ନିଜ ରାଜ୍ୟ ଓଡିଶାରେ ନୂଆ ସରକାରରେ ଦୁଷ୍କର୍ମ ଘଟଣା ହେଉଛି। ହେଲେ ସେ କାହିଁକି ନିରବ ରହିଛନ୍ତି ବୋଲି ସୁଲତା ପ୍ରଶ୍ନ କରିଥିଲେ।

ତେବେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ସାଂସଦ ସୁଜିତ କୁମାର ସୁଲତାଙ୍କ ଏହି ଭାଷଣ ଉପରେ ପଏଣ୍ଟ ଅଫ ଅଡର ଉଠାଇ ବିରୋଧ କରିଥିଲେ। ସୁଲତା କାହିଁକି ସାଂସଦଙ୍କୁ କିଣାଯାଉଛି ବୋଲି ପ୍ରଶ୍ନ କରି ଏହା ଗୃହର ମର୍ଯ୍ୟଦା ହାନୀ ହେଉଛି ବୋଲି କହିଥିଲେ। ତେବେ ସୁଲତାଙ୍କ ଜୋରଦାର ଭାଷଣରେ ସାରା ରାଜ୍ୟସଭା ସ୍ତବ୍ଧ ହୋଇଯାଇଥିଲା। ଗୃହ ପରିଚାଳନା କରୁଥିବା ଶ୍ରୀମତୀ ଫାଗନ୍ନୋନ କୌନାକ ସୁଲତାଙ୍କ ସମୟ ସରିଗଲା ବୋଲି ବାରମ୍ବାର କହୁଥିଲେ ମଧ୍ୟ ସେ ଛାଡି ନ ଥିଲେ।

 

Share This Article