ଭୁବନେଶ୍ଵର: ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତରଦାଣ୍ଡି ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି। ଏହି ଶିବିରରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯିବା ସହ ଜୀବନ୍ତ ଗୁଳି, ବନ୍ଧୁକ, ଟିଫିନ ବାକ୍ସ, ମାଓ ପୋଷାକ, ବିଦ୍ୟୁତ ତାର, ମାଓ ପୁସ୍ତିକା, ପାଣି ଜାର୍, ୱାକିଟକି, ମୋବାଇଲ ଚାର୍ଜର ଓ ସୋଲାର ପ୍ୟାନେଲ ଜବତ କରାଯାଇଛି। ବଲାଙ୍ଗିର ଆଇଜି ହିମାଂଶୁ ଲାଲ ଏବଂ ଏସ୍ପି ଏଥିନେଇ ସୂଚନା ଦେଇଛନ୍ତି।
ଏହି ଘଟଣା ପରେ ଗନ୍ଧମାର୍ଦନ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି। ନୂଆପଡା ଓ ବରଗଡ ସୀମାର କେତେକ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବାରୁ ଆଗକୁ ତଲାସି ଅଭିଯାନ ଜାରି ରହିବ ବୋଲି ଆଇଜି ହିମାଂଶ ଲାଲ କହିଛନ୍ତି।
Comment