ଭୁବନେଶ୍ୱର : ଓଡ଼ିଆ ଆଇପିଏସ୍ ଅଫିସର ଜଳଦ କୁମାର ତ୍ରିପାଠୀ ତାମିଲନାଡୁର ନୂତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ହୋଇଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ନିଯୁକ୍ତି ଦେଇଥିବାନେଇ ଔପଚାରିକଭାବେ ଘୋଷଣା କରାଯାଇଛି। ପୂର୍ବରୁ ସେ ଚେନ୍ନାଇର ପୋଲିସ କମିଶନର ଭାବେ କାର୍ଯ୍ୟ କରୁଥିଲେ। ସୂଚନାଯୋଗ୍ୟ, ତାମିଲନାଡୁ ଡିଜିପି ଟି.କେ. ରାଜେନ୍ଦ୍ର ଶନିବାର ଅବସର ନେଇଛନ୍ତି। ଉକ୍ତ ପଦରେ ନୂତନ ନିଯୁକ୍ତି ପାଇଁ ଲୋକ ସେବା ଆୟୋଗର ୩ଜଣିଆ କମିଟି ପକ୍ଷରୁ ୩ଜଣ ଆଇପିଏସ୍ ଅଫିସରଙ୍କ ନାମ ତାମିଲନାଡୁ ସରକାରଙ୍କ ନିକଟକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ତାମିଲନାଡୁ କ୍ୟାଡର ୧୯୮୫ ବ୍ୟାଚର ଓଡ଼ିଆ ଆଇପିଏସ୍ ଅଫିସର ତ୍ରିପାଠୀଙ୍କ ନାମକୁ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ବାଛିଛନ୍ତି। ତ୍ରିପାଠୀ ୨ଥର ଚେନ୍ନାଇ ପୋଲିସ କମିଶନର ଥିଲେ। ଏଥିସହ ସେ ପୂର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଆସିଛନ୍ତି।
ଓଡ଼ିଆ ଆଇପିଏସ୍ ଅଫିସର ତାମିଲନାଡୁ ଡିଜିପି
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Kapelnica ot zapoya_yjEl on ଆଜିର ରାଶିଫଳ
- Columbus on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- Michaelgedly on ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର, ସେପଟେ ପୁଲିସ ଆଣ୍ଟିଲ୍ୟାଣ୍ଡ ମାଇନ୍ସ ସ୍କ୍ୱାର୍ଡର ତଲାସୀ ଜାରି !
- KevinKnoge on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Georgeslelm on ଧାନ ଖଳାରେ ଲାଗିଲା ନିଆଁ; ସବୁ ଜଳି ପୋଡ଼ି ପାଉଁସ !
