ଲୁଚାଛପାରେ ବାଲ୍ୟବିବାହ, ୧୦ ମାସରେ ରୋକାଗଲାଣି ୫୫

Odisha Hot News
1 Min Read

ଛତ୍ରପୁର: ବାଲ୍ୟ ବିବାହକୁ ପ୍ରତିହତ କରିବାକୁ ଅନେକ ଆଇନ ଓ ବ୍ୟବସ୍ଥା ରହିଥିଲେ ମଧ୍ୟ ବାଲ୍ୟ ବିବାହ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇ ପାରିନାହିଁ। ଏବେବି କେଉଁଠି ନା କେଉଁଠି ଲୁଚା ଛପାରେ ବାଲ୍ୟ ବିବାହ ହେଉଛି। ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା, ଶିଶୁ ଶ୍ରମିକ ରୋକିବା ଉପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି।

ଗଞ୍ଜାମ ଜିଲାରେ ୮ ବର୍ଷ ମଧ୍ୟରେ ୧୦୧୦ଟି ବାଲ୍ୟ ଲ୍ୟବିବାହ ରୋକାଯାଇ ଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ୫୫ଟି ବାଲ୍ୟ ବିବାହ ରୋକାଯାଇଥୂବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ନିରାକରଣ ସମ୍ବନ୍ଧରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ସତ୍ତ୍ୱେ ଏବେ ବି ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ଲୋପ ପାଇପାରୁନାହିଁ।

Share This Article