ଜୁଆ ଆଡ୍ଡା ଉପରେ ବାଲୁଗାଁ ପୋଲିସର ଚଢାଉ: ୭ ଜୁଆଡି ଗିରଫ, ୫ ବାଇକ ଜବତ

Odisha Hot News
1 Min Read

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟସ୍ଥ ବୁଚୁଡ଼ି ଗ୍ରାମ ପୋଖରୀ ନିକଟରେ ଜୁଆ ଖେଳ ଚାଲିଥିବା ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ସଦଳବଳେ ଅତର୍କିତ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ଗୋଟିଏ ଧଳା ରଙ୍ଗର ପାଲ, ଗୋଟିଏ ତାସ ମୁଠା, ନଗଦ ୧୨୧୯୦ ଟଙ୍କା ସମେତ ୫ଟି ବାଇକ ଜବତ କରିଥିବା ବେଳେ ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ନାଭାଲ ଫାଣ୍ଡି ପୋଲିସ। ଏ ନେଇ କେଶ ନଂ ୩୯୦/୨୪ ରେ ଏକ ମାମଲା ରୁଜୁ ହୋଇଥିବା ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Share This Article