ଏଆରଟିଓଙ୍କ ଛତ୍ରପୁର ସ୍ଥିତ ବାସଭବନରେ ଚଢ଼ାଉ କଲା ଗୋଳନ୍ଥରା ପୋଲିସ

Odisha Hot News
1 Min Read

ଛତ୍ରପୁର: ଗଞ୍ଜାମ ୧୬ନଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଭାରିଯାନ କୁ ପରିବହନ ବିଭାଗର କର୍ମଚାରୀ ଓ ଯୁବକମାନେ ନିୟୋଜିତ ରହି ଟ୍ରକ, ଟ୍ରଲର ଓ ଅନ୍ୟ ଗାଡି ଠାରୁ ଯାଞ୍ଚ କରିବା ବାହାନାରେ ଟଙ୍କା ଆଦାୟ ବେଳେ ଗୋଳନ୍ଥରା ପୋଲିସ ଚଢ଼ାଉ କରି କାବୁ କରିବା ସହ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ରହିଥିବା ଲୋକଙ୍କ ମଧ୍ୟରେ ଜୁନିୟର ଏମଭିଆଇ ଏବଂ ଏଆରଟିଓଙ୍କ ସମେତ ଚାରି ଜଣକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି।

ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ଠାରୁ ସୋରଳ ରୋଡ଼ ମଧ୍ୟ ଛତ୍ରପୁର ସ୍ଥିତ ଆଞ୍ଚଳିକ ପରିବହନ କାର୍ଯାଳୟର ଜୁନିୟର ଏମଭିଆଇ,ଏଆରଟିଓ ଓ କିଛି ଯୁବକ ମାନେ ମିଳିତ ହୋଇ ଜାତୀୟ ରାଜପଥର ଯାତାୟାତ କରୁଥିବା ଟ୍ରକ, ଟ୍ରଲର ଓ ଅନ୍ୟ ଓଭର ଲୋଡିଂ ଗାଡି ଗୁଡିକ ଯାଞ୍ଚ ବାହାନାରେ ଚାଳକଙ୍କ ଠାରୁ ଜୋର ଜବରସ୍ତ ଟଙ୍କା ଆଦାୟ କରୁଥିବା ନେଇ ଅଭିଯୋଗ ହେଉଥିଲା। ବ୍ରହ୍ମପୁର ଏସପି ଘଟଣା ର ଅନୁସନ୍ଧାନ ଚଳେଇଥିଲେ।

ମଙ୍ଗଳବାର ଗିରିସୋଲା ଠାରୁ ସୋରଳ ରୋଡ଼ ମଧ୍ୟରେ ପରିବହନର ଅଧିକାରୀ ଓ କିଛି ଯୁବକ ମାନେ ଗାଡି ମାନକୁ ଯାଞ୍ଚ କରି ଟଙ୍କା ଆଦାୟ କରୁଥିବା ନେଇ ପୋଲିସ ସୂଚନା ମିଳିଥିଲା। ପୋଲିସ ଟିମ ସେଠାରେ ପହଂଚି କିଛି ଯୁବକକୁ ଉଠେଇ ନେଇ ତଦନ୍ତ ଜାରି ରଖିଛି। ବୁଧବାର ସକାଳୁ ଗୋଳନ୍ଥରା ପୋଲିସ ଟିମ ଛତ୍ରପୁର ପହଁଚି ଚଣ୍ଡି ଛକ ସ୍ଥିତ ଏଆରଟିଓ କେ ଭେଙ୍କଟସ ଙ୍କ ଘରେ ଚଢାଉ କରି ୮୨ ହଜାର ୫୦୦ ଟଙ୍କା ଜବତ କରିବା ସହ ତଦନ୍ତ ଜାରି ରଖିଛି।

Share This Article