ସ୍ଵୟଂ ସହାୟକ ଗୋଷ୍ଠୀକୁ ଦୁଇ କୋଟି ଆଠ ଲକ୍ଷ ଟଙ୍କାର ଋଣ ପ୍ରଦାନ

Odisha Hot News
1 Min Read

ଖୋର୍ଦ୍ଧା: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ କାଇପାଦର ଶାଖା ୨୩ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ବୃହତ ଋଣ ମେଳା କାର୍ଯ୍ୟକ୍ରମରେ ୨ କୋଟି ୮ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ଆଇ . ଓ . ବି . ଶାଖା ପରିଚାଳକ ପ୍ରଦୀପ୍ତ କୁମାର ବେହେରାଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଗୌରବ ଭରଦ୍ଵାଜ – ମୁଖ୍ୟ କ୍ଷତ୍ରିୟ ପ୍ରବନ୍ଧକ, ଅଜିତ କୁମାର ପାତ୍ର – ସରକାରୀ ପ୍ରବନ୍ଧକ , ଅର୍ଜନା ପାଢୀ – କ୍ଷେତ୍ର ପରିଦର୍ଶକ , ଅଶୋକ ଅଗ୍ରୱାଲା – ଏଲ . ଡି . ଏମ୍ , ଖୋର୍ଦ୍ଧା , ସୌଭାଗିନୀ ହରିଚନ୍ଦନ – ସରକାରୀ ପ୍ରକଳ୍ପ ଅଧିକାରୀ , ଜୀବିକା ମିଶନ୍ , ସନ୍ତୋଷ କୁମାର ଦାଶ ବ୍ଲକ ପ୍ରକଳ୍ପ ସଂଯୋଜକ – ମିଶନ୍ ଶକ୍ତି, ଖୋର୍ଦ୍ଧା ପ୍ରମୁଖ ଯୋଗଦାନ କରି ସ୍ଵୟଂ ସହାୟକ ଗୋଷ୍ଠୀ ଓ ବ୍ୟାଙ୍କ ଋଣ ସହାୟତା ରାଶି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଥିଲେ।

ସରକାର ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୦ ଲକ୍ଷ ଟଙ୍କା ଋଣର ସୁଧ ଛାଡ ସଂକ୍ରାନ୍ତରେ ସ୍ଵୟଂ ସହାୟକ ଗ୍ରୁପକୁ ତଥ୍ୟ ପ୍ରଦାନ କରାଯାଇଥିଲା। ଏବଂ ସମସ୍ତ ସ୍ଵୟଂ ସହାୟକ ଗ୍ରୁପକୁ ଏଲ . ଡି . ଏମ୍ . ଖୋର୍ଦ୍ଧା ୧୦ ଲକ୍ଷ ଟଙ୍କା ଋଣ ନେଇ ବ୍ୟବସାୟ କରି ଉଦ୍ୟୋଗୀ ହେବା ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରାୟ ୫୦ଟି ସ୍ଵୟଂ ସହାୟକ ଗ୍ରୁପର କାର୍ଯ୍ୟକର୍ତ୍ତାମାନେ ଯୋଗଦାନ କରିଥିଲେ  ସଂଗୀତା ପାଟ୍ଟଶାଣୀ – ବ୍ୟାଙ୍କ ମିତ୍ର ଓ ପ୍ରଜ୍ଞା ପ୍ରିୟଦର୍ଶିନୀ ବଳିୟାରସିଂହ ବ୍ୟାଙ୍କ ଋଣ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଶେଷରେ ଶାଖା ପରିଚାଳକ ପ୍ରଦୀପ୍ତ କୁମାର ବେହେରା ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Share This Article