ସିନାପାଲି ଥାନା ପକ୍ଷରୁ ଡଙ୍ଗରଗାଁ ଆମ ପୋଲିସ ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ 

Odisha Hot News
1 Min Read

ସିନାପାଲି: ବ୍ଲକ ନୂଆମାଲପଡା ପଞ୍ଚାୟତ ଡଙ୍ଗରଗାଁ ଠାରେ ସିନାପାଲି ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିନାପାଲି ଥାନାଧିକାରୀ ରଶ୍ମିତା ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଏଏସଆଇ ପ୍ରଭାକର ନାୟକ ସଭା ପରିଚାଲନା କରିଥିଲେ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ପରସ୍ପର ବନ୍ଧୁତା ମନୋଭାବରେ ଅପରାଧ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରିବାକୁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ। ପୋଲିସ ପ୍ରତି ଥିବା ବିଭିନ୍ନ ଭୟଭ୍ରାନ୍ତିକୁ ଦୂର କରିବାକୁ ଚେଷ୍ଟା କରାଯାଇଥିଲା।

ପୋଲିସ ବିଭାଗର ଅନେକ ନିୟରେ ପରିବର୍ତ୍ତନ ହୋଇଥିବା ବେଳେ ଅଭିଯୋଗକାରୀ ଓ ଦୋଷୀଙ୍କୁ ଥାନା ପକ୍ଷରୁ କୌଣସି ଦୁର୍ବବ୍ୟବହାର ନଦେଖାଇ ଉତ୍ତମ ବ୍ୟବହାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ଆଇନ ପ୍ରତି ସଚେତନ ହେଲେ ଅପରାଧ ଏବଂ ଠକାମିର ଶିକାର ରୁ ବଞ୍ଚିତ ହେବେ।

ସ୍ୱାଧିନ ଚିନ୍ତା ଧାରାରେ ପୋଲିସ ସହ ଯୋଗାଯୋଗ ରଖି କୌଣସି ଅପରାଧକୁ ପ୍ରସୟ ଦେବା ପାଇଁ ଥାନାଧିକାରୀ ପ୍ରଧାନ ପ୍ରକାଶ କରିଛନ୍ତି। ସେହିପରି ଏସଆଇ ହସଦେବ ଯୋଶୀ ଯାନବାହାନ ଚଲାଇବା ବେଳେ ସାବଧାନ ଏବଂ ମଦ୍ୟପାନ କରି ଚଳାଇବେ ନାହିଁ। ନିଜେ ସୁରକ୍ଷିତ ରହି ପରିବାର କୁ ସୁରକ୍ଷିତ ରଖିବାକୁ ଆହ୍ବାନ କରିଛନ୍ତି।

Share This Article