ଆରଆଇଇ ଭୁବନେଶ୍ବର ପକ୍ଷରୁ ଏନସିସି ଦିବସ ପାଳିତ

Odisha Hot News
1 Min Read

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏନସିସିର ୭୬ତମ ପ୍ରତିଷ୍ଠା ଦିବସ (ଏନସିସି ଦିବସ) ପାଳିତ ହୋଇଯାଇଛି। ଏହି ଗୌରବ ଓ ଦେଶପ୍ରେମ ଦିବସରେ ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରଓ୍ଵାଲ ତାଙ୍କର ପ୍ରେରଣାଦାୟୀ ଭାଷଣ ମାଧ୍ୟମରେ ଏକତା, ଦେଶପ୍ରେମ ଓ ଶୃଙ୍ଖଳା ଭାବନା ଉପରେ ଆଲୋକପାତ କରିଥିଲେ। ସେ କ୍ୟାଡେଟମାନଙ୍କୁ ସେବା ଓ ନେତୃତ୍ବ ପ୍ରତି ସମର୍ପଣ ଜାରି ରଖିବାକୁ ଅନୁରୋଧ କରିଥିଲେ। କ୍ୟାଡେଟ୍ ମାନେ ସେମାନଙ୍କ ଭାଷଣରେ ନିଜର ସାମଗ୍ରିକ ବିକାଶ ଓ ଦେଶର ପ୍ରଗତିରେ ଏନସିସିର ଭୂମିକାଉପରେ ଆଲୋକପାତ କରିଥିଲେ।

ଏନସିସିର ପ୍ରଶିକ୍ଷଣରେ ଜାତୀୟତାବାଦ, ଦେଶପ୍ରେମ, ଶୃଙ୍ଖଳା, ଦଳୀୟ ଭାବନା, ନେତୃତ୍ୱ, କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଏବଂ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶକୁ ପ୍ରୋତ୍ସାହିତ କରିବା ଭଳି ଗୁଣ ଉପରେ ଗୁରୁତ୍ୱ ଦିଆଯାଏ। ଏଏନଓ ଏବଂ ସଂଯୋଜକ ଲେଫ୍ଟନାଣ୍ଟ (ଡ.) ଆର.ସେଠୀ ଅତିଥି ଓ କ୍ୟାଡେଟମାନଙ୍କୁ ସ୍ୱାଗତ କରିଥିଲେ।

କାର୍ଯ୍ୟକ୍ରମରେ ଡିଇ ଓ ଛାତ୍ର ପରିଷଦ ଉପଦେଷ୍ଟା ପ୍ରଫେସର ଏଲ୍ ବେହେରା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଳକ ଓ ବାଳିକା ଶାଖାର କ୍ୟାଡେଟ୍ ମାନେ ଜାତୀୟ ଏକତା ଓ ଅଖଣ୍ଡତା ଉପରେ ସ୍ଲୋଗାନ୍ ଦେବା ସହ ଶୋଭାଯାତ୍ରା କରିଥିଲେ ଓ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରୱାଲ କ୍ୟାଡେଟମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ଏବଂ ସିଟିଓ ଡ. ସୁଶାନ୍ତ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article