ପୁରୀ : କରୋନା ପାଇଁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଜୁନ୍ ୨୩ରେ ପଡୁଥିବା ରଥଯାତ୍ରା ହେବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନ ଥିବାବେଳେ ଦଇତାପତି ସେବକମାନେ ବୁଧବାର ଜଗଦ୍୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। କଟକଣା ଭିତରେ ଯେପରି ମହାପ୍ରଭୁଙ୍କ ରଥଯାତ୍ରା କରାଯାଇପାରିବ ସେ ବିଷୟରେ ଜଣାଇଛନ୍ତି। ପୂର୍ବରୁ ଅନେକ ପ୍ରତିକୂଳ ପରିସ୍ଥିତି ଆସିଥିଲେ ବି ରଥଯାତ୍ରା ହୋଇଛି। ଚଳିତବର୍ଷ ରଥଯାତ୍ରା ପାଇଁ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସି ରଥ ନିର୍ମାଣ ଅନୁକୂଳ ସରିଛି। ସେହିପରି ମହାପ୍ରଭୁ ବାହାରକୁ ଆସିଲେ ନିଶ୍ଚିତ ଏହି କରୋନା ଭୂତାଣୁ ଦୂର ହୋଇଯିବ ବୋଲି ସେବକମାନେ ଗୁରୁଜୀଙ୍କୁ କହିଥିଲେ। ରଥଯାତ୍ରା କିପରି ହେବ ତା’ର ବ୍ୟବସ୍ଥା କରିବା ଲାଗି ଜଣାଇଥିଲେ। ଶଙ୍କରାଚାର୍ଯ୍ୟ ସବୁ ବିଷୟ ଶୁଣିବା ପରେ ସେବାୟତଙ୍କ ସହ ସେ ଅଛନ୍ତି, କିନ୍ତୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିବା ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ତିନିରଥ ନିର୍ମାଣ କରିବାକୁ ଅନୁମତି ଦେବା ଲାଗି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀଜଗନ୍ନାଥ ସେନା ଅନୁରୋଧ କରିଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରଥଯାତ୍ରା ପାଇଁ ବିଧି ମୁତାବକ ଆଜ୍ଞାମାଳ ଆସି ରଥ ନିର୍ମାଣ ଅନୁକୂଳ ହୋଇଛି। ତେଣୁ ତିନିରଥ ତିଆରି ପାଇଁ ଗୁରୁଜୀ ଅନୁମତି ଦେବାକୁ ନିବେଦନ କରାଯାଇଛି।
ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଦଇତାପତି ସେବକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- RichardBom on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !
- AndrewHip on ମାର୍କେଟ୍ ବିଲ୍ଡିଂ ଯୁବକଙ୍କ ଆତଙ୍କ ଘଟଣା : ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଦଙ୍ଗା ଭଳି ସାଂଘାତିକ ଦଫା
- Estevananirm on ଚୋରା ସାଜିଥିଲା କୋଟିପତି
- pinup_eopr on ସୋସିଆଲ ମିଡ଼ିଆରେ ବିଜ୍ଞାପନ ଖର୍ଚ୍ଚ: ଭାଜପା ଆଗରେ
- sevencasino_drPi on ରବିଶଙ୍କର ପାଇବେ ୨୯ତମ ‘ଜୟଦେବ ପୁରସ୍କାର’
