ପୁରୀ : କରୋନା ପାଇଁ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଜୁନ୍ ୨୩ରେ ପଡୁଥିବା ରଥଯାତ୍ରା ହେବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନ ଥିବାବେଳେ ଦଇତାପତି ସେବକମାନେ ବୁଧବାର ଜଗଦ୍୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। କଟକଣା ଭିତରେ ଯେପରି ମହାପ୍ରଭୁଙ୍କ ରଥଯାତ୍ରା କରାଯାଇପାରିବ ସେ ବିଷୟରେ ଜଣାଇଛନ୍ତି। ପୂର୍ବରୁ ଅନେକ ପ୍ରତିକୂଳ ପରିସ୍ଥିତି ଆସିଥିଲେ ବି ରଥଯାତ୍ରା ହୋଇଛି। ଚଳିତବର୍ଷ ରଥଯାତ୍ରା ପାଇଁ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଆସି ରଥ ନିର୍ମାଣ ଅନୁକୂଳ ସରିଛି। ସେହିପରି ମହାପ୍ରଭୁ ବାହାରକୁ ଆସିଲେ ନିଶ୍ଚିତ ଏହି କରୋନା ଭୂତାଣୁ ଦୂର ହୋଇଯିବ ବୋଲି ସେବକମାନେ ଗୁରୁଜୀଙ୍କୁ କହିଥିଲେ। ରଥଯାତ୍ରା କିପରି ହେବ ତା’ର ବ୍ୟବସ୍ଥା କରିବା ଲାଗି ଜଣାଇଥିଲେ। ଶଙ୍କରାଚାର୍ଯ୍ୟ ସବୁ ବିଷୟ ଶୁଣିବା ପରେ ସେବାୟତଙ୍କ ସହ ସେ ଅଛନ୍ତି, କିନ୍ତୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ପରାମର୍ଶ ଦେଇଥିବା ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ତିନିରଥ ନିର୍ମାଣ କରିବାକୁ ଅନୁମତି ଦେବା ଲାଗି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀଜଗନ୍ନାଥ ସେନା ଅନୁରୋଧ କରିଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ରଥଯାତ୍ରା ପାଇଁ ବିଧି ମୁତାବକ ଆଜ୍ଞାମାଳ ଆସି ରଥ ନିର୍ମାଣ ଅନୁକୂଳ ହୋଇଛି। ତେଣୁ ତିନିରଥ ତିଆରି ପାଇଁ ଗୁରୁଜୀ ଅନୁମତି ଦେବାକୁ ନିବେଦନ କରାଯାଇଛି।
ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଦଇତାପତି ସେବକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- MichaelJah on ଆଜିର ରାଶିଫଳ
- CharlesDrold on ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି
- CharlesDrold on ଘରେ ପସ୍ତୁତ କରନ୍ତୁ ….ବ୍ରେଡ୍ ପୁଡିଂ ।
- CharlesDrold on ମଧ୍ୟପ୍ରଦେଶ ରାଜନୀତି ସରଗରମ: ଶକ୍ତି ପରୀକ୍ଷା ନେଇ ଅନିଶ୍ଚିତତା
- CharlesDrold on କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର , ଅପରାଧୀ ଲିଟୁ ଆହତ
