ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ନବରଙ୍ଗପୁରରେ ପାଳିତ 

Odisha Hot News
1 Min Read

ନବରଙ୍ଗପୁର: ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ସମଗ୍ର ଦେଶ ସହ ନବରଙ୍ଗପୁର ଜିଲ୍ଲାରେ ପାଳନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ସମ୍ୱନ୍ୱିତ ଆଦିବାସୀ ବିକାଶ ସଂସ୍ଥା ପକ୍ଷରୁ ସ୍ଥାନୀୟ ଆର ସିଡି ସ୍କୁଲ ପଡ଼ିଆରେ ଜିଲ୍ଲା ସ୍ତରୀୟ ଜନଜାତୀୟ ଦିବସ ପାଳିତ ହୋଇଛି। ବିଧାୟକ ଗୌରୀ ଶଙ୍କର ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଧରତୀ ଆବା ଗ୍ରାମ ଉତ୍କର୍ଷ ଅଭିଯାନରେ ଜିଲ୍ଲାର ୧୬୩ ଗ୍ରାମ ପଞ୍ଚାୟତର ୫୩୬ ଟି ଗ୍ରାମରେ ସାମିଲ ଥିବା ନେଇ ଏହି କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା। ଏଥିସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନଜାତୀୟ ଉନ୍ନୟନ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ଏଥି ସହ ଜନଜାତି ଉନ୍ନୟନ ସମ୍ପର୍କରେ ବିଭିନ୍ନ ଷ୍ଟଲ ଜରିଆରେ ସଚେତନ କରାଯାଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ ଓ ରାଜ୍ୟ ସ୍ତରୀୟ ଜନଜାତି ଗୌରବ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା।

Share This Article