ରେଳ ସୁରକ୍ଷା ସଚେତନତା

Odisha Hot News
1 Min Read

ବାଲୁଗାଁ: ମଙ୍ଗଳବାର ପୂର୍ବାହ୍ନରେ ରେଳ ସୁରକ୍ଷା ବଳ ପକ୍ଷରୁ ଖଲ୍ଲିକୋଟ ଷ୍ଟେସନ ନିକଟ କେଶପୁର ଉଚ୍ଚବିଦ୍ୟାଳୟ ଓ ଗୁରାପଲ୍ଲୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ରେଳ ସୁରକ୍ଷା ନିମିତ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଗତ କିଛି ଦିନ ମଧ୍ୟରେ ରେଳ ଟ୍ରାକ ହେଉ ଅବା ପ୍ଲାଟଫର୍ମ ମଧ୍ୟରେ ଯାତ୍ରୀମାନଙ୍କ ବିପଦପୂର୍ଣ୍ଣ ଭାବେ ରେଳ ଧାରଣା ଅତିକ୍ରମ କରିବା ଅଥବା ଅସାବଧାନତା ବଶତଃ ରେଳ ଦୁର୍ଘଟଣାର ଶିକାର ହୋଇ ଏକାଧିକ ଜୀବନ ହାନି ଘଟିଥିବା ନଜିର ରହିଛି।

ଏଭଳି ଅଘଟଣକୁ ଏଡ଼ାଇବା ନେଇ ବାଲୁଗାଁ ଆରପିଏଫ ଅଧୂକାରୀ ଜିତେନ୍ଦ୍ର ମୌର୍ଯ୍ୟ ଏବଂ ଉପନିରୀକ୍ଷକ କେସି ସାହୁଙ୍କ ତତ୍ତ୍ଵାବଧାନରେ ରେଳଯାତ୍ରୀଙ୍କ ସମେତ ସାଧାରଣ ଜନତାଙ୍କ ସୁରକ୍ଷା ନିମିତ୍ତ ବିଭିନ୍ନ ସଚେତନ ମୂଳକ ବାର୍ତ୍ତା ପ୍ରଦାନ କରାଯାଇଥିଲା।ଯାହାକି ଅନାୟାସରେ ରେଳ ଧାରଣା ଅତିକ୍ରମ ନକରିବା, ଚଳନ୍ତା ଟ୍ରେନ ଉପରକୁ ପଥର ନ ଫିଙ୍ଗିବା, ରେଳ ଫାଟକ ପଡ଼ିଥ‌ିବା ସମୟରେ ଅବାଧ ପ୍ରବେଶ ନକରିବା, ରେଳ ଟ୍ରାକରେ ମଳ ତ୍ୟାଗ ନକରିବା, ଗଳା ରାସ୍ତା ଦେଇ ରେଳ ଟ୍ରାକ ଅତିକ୍ରମ ନକରିବା, ରେଳ ପରିସର ସମେତ ଆଖପାଖ ଅଞ୍ଚଳ ପରିଷ୍କାର ରଖିବା ନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରେଳ ସୁରକ୍ଷା ବଳ କର୍ମଚାରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Share This Article