ମଦ କାରବାର ଚଢାଉ ବେଳେ ପୋଲିସକୁ ଆକ୍ରମଣ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଚୋରା ଦେଶୀମଦ ଚାଲାଣ ଖବର ପାଇ କୋଦଳା ପୋଲିସ ପୁସ୍ତପୁର ଠାରେ କିଛି ମଦ ବ୍ୟବସାୟୀମାନଙ୍କୁ କାବୁ କରିବା ବେଳେ ସେମାନଙ୍କର ମିଳିତ ଆକ୍ରମଣରେ ରାମାନନ୍ଦ ବିଷୋୟୀ ନାମକ ଜଣେ ଗୃହରକ୍ଷୀ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି।

କୋଦଳା ଥାନା ପୋଲିସ୍ ଚଢ଼ାଉ ବେଳେ ଘଟଣାସ୍ଥଳରୁ ୩ ଜଣ ଆକ୍ରମଣକାରୀ ଯଥା ଆଦିତ୍ୟ ବେହେରା, ନିଲୁ ପାହାନ ଓ ଓମ୍ ପାହାନକୁ କାବୁ କରି ମାମଲା ନଂ ୫୯୯/୨୦୨୪ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଆଉ କିଛି ଅଭିଯୁକ୍ତ କୁ ଗିରଫ କରାଯିବ ବୋଲିି ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା କହିଛନ୍ତି।

Share This Article