ଆସନ୍ତାକାଲିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପଞ୍ଚୁକ ବ୍ରତ

Odisha Hot News
1 Min Read

ପୁରୀ: ଆସନ୍ତାକାଲିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ। ଚଳିତ ବର୍ଷ ପଞ୍ଚୁକ ୪ ଦିନ ପଡୁଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତ ଙ୍କ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ରହିବ।  ତେବେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନପାଇଁ ବ୍ୟାରିକେଡ଼ର  ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶ ଓ ହରିହର ବେଶରେ ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତି ଲାଭ କରିଛନ୍ତି। ତେବେ ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ରେ ଆଜିଠୁ ଭକ୍ତଙ୍କ ପ୍ରବଳ ଗହଳି ଦେଖାଯାଇଥିବା ବେଳେ ଚଳିତ ବର୍ଷ ପଞ୍ଚୁକ ଚାରି ଦିନ ପଡୁଅଛି। ପଞ୍ଚୁକ ତିଥିରେ ଏକ ଦିବସ କ୍ଷୟ ପଡୁଥିବାରୁ ଚଳିତ ବର୍ଷ ଲଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ ।

ପଞ୍ଚକର ପ୍ରଥମ ଦିବସ ଆସନ୍ତାକାଲି ବଡ଼ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ  ହେବ। ବିଶ୍ୱାସ ରହିଅଛି ଯେଉଁ ମାନେ ମାସକ ଯାକ କାର୍ତିକ ବ୍ରତ କରି ନ ଥାନ୍ତି ସେହିମାନେ ଏହି ପଂଚୁକ ବ୍ରତ ନିଷ୍ଠାର ସହ  ପାଳନ କଲେ ସମପରିମାଣର ପୂଣ୍ୟ ମିଳିଥାଏ।

Share This Article