ମହିଳା ବ୍ୟବସାୟୀଙ୍କ ଉପରେ ଚଢିଗଲା କାର୍, ଘଟଣାସ୍ଥଳରେ ଚାଲିଗଲା ଜୀବନ

Odisha Hot News
0 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରେ ନଡ଼ିଆ କଦଳୀ ବିକ୍ରି କରୁଥିବା ମହିଳା ଉପରେ ମାରୁତି ସ୍ବିଫ୍ଟ କାର୍ ଚଢି ଯାଇଛି। ଯାହାଫଳରେ ଘଟଣାସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁ ଘଟିଛି। ଡ଼୍ରାଇଭର କାର୍ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇବା ସହ କାର୍ କୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article