ଭୁବନେଶ୍ୱର : ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ବାବଦରେ ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଁସାଥୀ। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଦାବି ପୂରଣ ନ ହେଲେ ଆସନ୍ତା ନଭେମ୍ବର ୪ରେ ୫୦ହଜାରରୁ ଊର୍ଦ୍ଧ୍ୱ ଗାଁସାଥୀ ଏକାଠି ହୋଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଗାଁସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର କହିବାନୁଯାୟୀ, ଗତ ୨୦୦୮ରେ ଲକ୍ଷେ ବେକାରଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ରାଜ୍ୟ ସରକାର ‘ଗାଁସାଥୀ’ ପଦବୀ ସୃଷ୍ଟି କଲେ। ବିଗତ ୧୧ ବର୍ଷ ଭିତରେ ସରକାର ନିଜର କୌଣସି ପ୍ରତିଶ୍ରୁତି ରଖିନାହାନ୍ତି। ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ଗାଁସାଥୀ (ମେଟ୍)ମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନ ଓ ଗୋଟିଏ ଆର୍ଥିକ ବର୍ଷରେ ୧୦୦ ଦିନରୁ ଊର୍ଦ୍ଧ୍ୱ ସରକାରୀ କାର୍ଯ୍ୟ ପ୍ରାପ୍ୟ ସହ ପ୍ରଦାନ କରିବା ଲାଗି ସମସ୍ତ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ। ୫ମ ପାଳିର ସରକାର ଆସିଲେ ନିୟମାନୁଯାୟୀ ରାଜ୍ୟର ସମସ୍ତ ବେରୋଜଗାର ଗାଁସାଥୀ (ମେଟ୍)ମାନଙ୍କ ସ୍ବତନ୍ତ୍ର କର୍ପସ ପାଣ୍ଠି ଜରିଆରେ ବେକାରି ଭତ୍ତା ପ୍ରଦାନ କରାଯିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ସରକାର ପୂର୍ବ ପ୍ରତିଶ୍ରୁତି ସବୁ ଭୁଲିଯାଇଛନ୍ତି। ଏନେଇ ସଂଘର ଏକ ପ୍ରତିନିଧି ଦଳ ବିଜେପୁର ନିର୍ବାଚନୀ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରି ଆଲୋଚନା କରିବେ ବୋଲି ଶନିବାର ସଂଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଁସାଥୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- CharlesOvAts on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- mostbet_ptSt on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- mostbet_acSt on ପ୍ରଶାସନିକସ୍ତରରେ ଅଦଳବଦଳ
- mostbet_xwSt on କାଲି ଭକ୍ତଙ୍କୁ ଗୁଳିକରି ମାରିଦେଲେ, ଆଜି ତଣ୍ଟି କାଟିଦେଲେ !
- mostbet_llSt on ୧୫ ଦିନ ପାଇଁ ବଢ଼ିଲା ସର୍ବକ୍ଷମା ଅବଧି
