ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀ

Odisha Hot News
1 Min Read

ଭୁବନେଶ୍ବର: ବରିଷ୍ଠ ଆଇପିଏସ ତଥା ପୋଲିସ ଟ୍ରେନିଂ ଏକାଡେମୀର ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ହେବେ। ଏ ନେଇ ଆଜି ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଛଅ ବର୍ଷ କିମ୍ବା ତାଙ୍କୁ 62 ବର୍ଷ ବୟସ କିମ୍ବା ସରକାରଙ୍କ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ।

ଶ୍ରୀ ଷଡଙ୍ଗୀ ଚଳିତ ବର୍ଷ ଜାନୁୟାରୀରେ ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ସମୟରେ ଓଡିଶାର ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାପରେ ନୂଆ ସରକାର ଆସିବା ପରେ ଅରୁଣ ଷଡଙ୍ଗୀଙ୍କୁ ଡିଜି ପଦରୁ ହଟାଇ ଦିଆଯାଇ ୱାଇ ବି ଖୁରାନିୟାଙ୍କୁ ନିଯୁକ୍ତି କରାଯାଇଛି।

Share This Article