ଭୁବନେଶ୍ୱର : ସରକାରୀ ଅଫିସ ଏବଂ ବ୍ୟାଙ୍କଗୁଡିକ ଚଳାଇବା ନେଇ ରାଜସ୍ବ ବିଭାଗ ପକ୍ଷରୁ ଗତ ୧୭ତାରିଖରେ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ ୩ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକ୍ଡାଉନ ବଳବତ୍ତର ରହିବ ବୋଲି ଗୁରୁବାର ନୂଆ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ୨୩ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଗ୍ରୀଷ୍ମଋତୁ ଯୋଗୁ ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖାଯାଇ ରାଜ୍ୟର ସବୁ ବ୍ୟାଙ୍କ ଶୁକ୍ରବାରଠାରୁ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏହି ନିୟମ ୬ଟି ଅଞ୍ଚଳ କଟକ, ଭୁବନେଶ୍ୱର, ପୁରୀ, ଛତ୍ରପୁର, ବ୍ରହ୍ମପୁର ଏବଂ କୋରାପୁଟ ପାଇଁ ଲାଗୁ ହେବନାହିଁ। ସକାଳୁ ବ୍ୟାଙ୍କ କାର୍ଯ୍ୟାରମ୍ଭ ହେବାପରେ ସେଠାରେ ଯେପରି ଲୋକମାନଙ୍କ ଗହଳି ନ ଜମିବ ସେଥିପ୍ରତି ଧ୍ୟାନ ଦିଆଯିବ। ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଦୃଷ୍ଟି ଦିଆଯିବ। ଏପ୍ରିଲ ୧୦ ତାରିଖରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ଏହି ନିୟମ ଜାରି ରହିବ। ନିର୍ଦ୍ଦେଶନାମାରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ସକାଳ ୮ଟାରୁ ଯେପରି ଗ୍ରାହକମାନେ ସେବା ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯିବ।
ଆଜିଠାରୁ ସକାଳୁଆ ବ୍ୟାଙ୍କ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- HoracioHow on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- HoldenCaunc on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- JeremiahZok on ଆଜି ମାଟ୍ରିକ୍ ପରୀକ୍ଷାଫଳ
- 1win_hxkt on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- chicken-road_rmet on ଅବକାରୀ ବିଭାଗର ଚଢାଉ: ଧଳା ପାଉଡ଼ର ଜବତ, ୨ଜଣ ଗିରଫ !
