ସୁଭଦ୍ରା ଯୋଜନା ଉପଲକ୍ଷେ ଖୋର୍ଦ୍ଧା ବ୍ଲକ ସ୍ତରୀୟ ଶୋଭାଯାତ୍ରା

Odisha Hot News
2 Min Read

ଖୋର୍ଦ୍ଧା: ଆଜି ପୁର୍ବାହ୍ନ ୮ ଘଟିକା ସମୟରେ ତ୍ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ର ଖୋର୍ଦ୍ଧା ବ୍ଲକ ସ୍ତରୀୟ ବିଶାଳ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ଜୟିରାଜଗୁରୁ ଟାଉନ ହଲ ପର୍ଯ୍ୟନ୍ତ ଚାଲୁ ରହିଥିଲା।

ଏହି ଶୋଭାଯାତ୍ରାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ସାଂସଦଙ୍କ ପ୍ରତିନିଧି (ପୌର ପରିଷଦ) ଦିଲିପ କୁମାର ହୋତା ଏବଂ ବ୍ଲକ୍ ପ୍ରତନିଧି ବିଭୁ ପ୍ରସାଦ ବଳାଆରସିଂହ, ଜିଲ୍ଲା ପରିଷଦ ୧ ନ. ଜୋନ୍ ସଭ୍ୟ, ପ୍ରଫୁଲ୍ଲ ଦଳେଇ ପ୍ରମୁଖ ସାମିଲ୍ ହୋଇଥିଲେ।

ଆହୁରି ମଧ୍ୟ ଅଙ୍ଗନବାଡି କର୍ମୀ, ସି ଆର ପି, ଏମ୍.ଵି.କେ, ବିପିସି, ଵିଏଲଏଫ ମେମ୍ବର,  ଏସ.ଏଚ.ଜି ମେମ୍ବର, ଆଡିସନାଲ ଡି ଏସ ଡବ୍ଲ୍ୟୁ ଓ, ସିଡିପିଓ, ବିଡିଓ, ଡିଆଇପିଆଓ ପ୍ରମୁଖ ଯୋଗଦେଇ ଥିଲେ।

‌‌ଟାଉନହଲ ଠାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ବୈଠକକୁ ପରିଚାଳନା କରିଥିଲେ ଖୋର୍ଦ୍ଧା ବିଡିଓ କ୍ଷୀରାବ୍ଧିତନୟା ସାହୂ। ସୁଭଦ୍ରା ଯୋଜନାର ସଚେତନତା ବାର୍ତ୍ତାର ପ୍ରସାର କରିଵା ।ମା ମାନେ ସ୍ବାବଲମ୍ବୀ ହେବା ଓ ଆଗକୁ ଯିବାର ଏହା ଏକ ପ୍ରୟାସ ବୋଲି ମାନ୍ୟବର ବିଧାୟକ ତାଙ୍କର ବକ୍ତବ୍ୟ ରେ ରଖିଥିଲେ।

ଆହୁରି ମଧ୍ୟ ସେ କହିଛନ୍ତି ଆସନ୍ତା ୧୭ ତାରିଖ ଦିନ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ତିଥି ରେ ପ୍ରତି ପଞ୍ଚାୟତ ରୁ ୧୦୦ ଜଣ ଲେଖାଏଁ ମା’ ଏହି କାର୍ଯ୍ୟକ୍ରମରେ ସାମିଲ ହେଵେ। ଦରଖାସ୍ତ ଦାଖଲର ସମୟସୀମା ବର୍ଷ ସାରା ଚାଲୁ ରହିବ ବୋଲି ମା ମାନଙ୍କୁ ଆଶ୍ଵାସନା ଦେଇ ଥିଲେ।

କାମରେ ଛୋଟ ବଡ଼ ନଥାଏ ଆକ୍ଟିଭ୍ହ ହୋଇ ନେତୃତ୍ୱ ନେବାକୁ ପରାମର୍ଶ ଦେଇଥିଲେ।
ସିଡିପିଓ , ଖୋର୍ଦ୍ଧା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article