ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦ୍ୟାସା ଫାଉଣ୍ଡେସନ ପକ୍ଷରୁ ଗୀତାଞ୍ଜଳି ଶିକ୍ଷା ଅଧିକାର କାର୍ଯ୍ୟକ୍ରମ ଆରମ୍ଭ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦ୍ୟାସା ଫାଉଣ୍ଡେସନ ପକ୍ଷରୁ ଦିବଂଗତ ଗୁରୁମା ଗୀତାଞ୍ଜଳି ଙ୍କ ସ୍ମୃତି ପାଇଁ ଗରିବ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ାରେ ସାହାଯ୍ୟ ଉଦ୍ଦେଶ୍ୟରେ ଏକ ପାଣ୍ଠି “ଗୀତାଞ୍ଜଳି ଶିକ୍ଷା ଅଧିକାର” ଆରମ୍ଭ କରାଯାଇ ଅଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଶୁଭ ଲୋକାର୍ପଣ କରି ଥିଲେ।

ଅନୁଷ୍ଠାନ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସଭାନେତ୍ରୀ ରଶ୍ମିତା ରାଉତ କାର୍ଯକ୍ରମ ସମ୍ପର୍କରେ ସୂଚନା ଦେଇ ପ୍ରକାଶ କରି ଥିଲେ ଯେ ରାଜ୍ୟର ଗରିବ ଛାତ୍ର ଛାତ୍ରୀ ଙ୍କୁ ଅନୁଷ୍ଠାନ ପକ୍ଷ ରୁ ପାଠ ପଢ଼ା ପାଇଁ ସମସ୍ତ ପ୍ରକାର ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରଚେଷ୍ଟା କରାଯିବ।

ଏହାର ପ୍ରଥମ ସହଯୋଗ ଅର୍ଥ ଆଗାମୀ ଅକ୍ଟୋବର ୨୫ ତାରିଖ ସ୍ବର୍ଗତ ଗୀତାଞ୍ଜଳି ଗରୁମା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ଜଣେ ଗୁରୂମା ଙ୍କ ନାମରେ ନାମିତ କରି ଥିବାରୁ ଅତ୍ୟନ୍ତ ଭାବ ବିହ୍ଵଳିତ ହେବା ସହ ଉଚ୍ଚ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଆଦ୍ୟସା ଫାଉଣ୍ଡେସନର ଅଧ୍ୟକ୍ଷ ସରୋଜ କୁମାର ରାଉତ ପରିଚାଳନା କରି ଥିଲେ।

Share This Article