ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସର ଚଢାଉ

Odisha Hot News
1 Min Read

ଭୁବନେଶ୍ଵର: ଆଜି ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ଅଧିକାରୀ ପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଏକକାଳୀନ ୯ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଛି।ଏକକାଳୀନ ଭୁବନେଶ୍ବର, ପୁରୀ, ଅନୁଗୁଳ, କଟକ, ବଲାଙ୍ଗିର ବାସଭବନ ଓ ଅଫିସରେ ଚଢ଼ାଉ କରାଯାଇଛି।

ଭୁବନେଶ୍ବର ନୀଳାଦ୍ରି ବିହାରର ୩ ମହଲା ଘରେ ଚଢାଉ ହୋଇଥିବା ବେଳେ ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଛି। ସେହିଭଳି ପୁରୀର ୨ଟି ଫ୍ଲାଟ, କଟକ ସ୍ଥିତ ପୈତୃକ ଘରେ, ଅନୁଗୁଳରେ ଥିବା ଯନ୍ତ୍ରୀଙ୍କ ପୁଅଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି।

ତେବେ ଉକ୍ତ ଚଢ଼ାଉରେ ୨ ଅତିରିକ୍ତ ଏସ୍‌ପି, ୮ ଡିଏସପି, ୬ ଇନ୍‌ସ୍ପେକ୍ଟର, ୧୦ ଏଏସଆଇ ସାମିଲ ଅଛନ୍ତି।

Share This Article