ରଥ ଉପରେ ମୋବାଇଲ ବ୍ୟବହାର ଉପରେ କଟକଣା: ଚେତାବନୀ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Odisha Hot News
1 Min Read

ପୁରୀ: ରଥ ଉପରେ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗିଛି। ଶ୍ରୀମନ୍ଦିରର ନବନିଯୁକ୍ତ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏନେଇ କଡା ଚେତାବନୀ ଦେଇଛନ୍ତି। ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ପାଢୀ କହିଛନ୍ତି।

ଅରବିନ୍ଦ ପାଢୀଙ୍କ ଅନୁଯାୟୀ, ନୀତି ଶୃଙ୍ଖଳାକୁ ଅଧିକ ଗୁରୁତ୍ଵ ଦିଆଯିବ। ରଥ ଉପରକୁ ମୋବାଇଲ ନେଉଥିବା ଜଣାପଡୁଛି, ଏଭଳି ବିଶୃଙ୍ଖଳା ଦେଖାଗଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ସେବାୟତମାନଙ୍କ ସହଯୋଗ କାମନା କରୁଛୁ।

ତେବେ ବଡ ଠାକୁରଙ୍କ ପହଣ୍ଡି ବିଜେ ବେଳେ ଘଟିଥିବା ଅଘଟଣକୁ ନେଇ ଅରବିନ୍ଦ ପାଢୀ କହିଛନ୍ତି ଯେ, ଏହା ଉପରେ ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏଥିପାଇଁ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନଘଟିବ, ସେଥିପ୍ରତି ଧ୍ୟାନ ଦିଆଯିବ।

Share This Article