ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ରଥାରୂଢ଼ ତିନି ଠାକୁର ଆଜି ସଂଧ୍ୟାରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି। ଭକ୍ତବୃନ୍ଦ ରଥାରୂଢ଼ ତିନି ଠାକୁରଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଦର୍ଶନ କରିଛନ୍ତି। ଆସନ୍ତାକାଲି ଅପରାହ୍ଣ ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ରହିବେ। ଅପରାହ୍ଣରେ ତିନି ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ସମୟ ଚୂଡ଼ାନ୍ତ ହୋଇନଥିଲେ ବି ଅପରାହ୍ଣ ୩ଟାରୁ ୪ଟା ଭିତରେ ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିପାରନ୍ତି ବୋଲି ଜଣାପଡ଼ିଛି। ଆଡ଼ପ ବିଜେ ପରେ ଦର୍ଶନ ବନ୍ଦ ରହିବ। ପହଣ୍ଡି ବିଜେ ପର ଦିନ ଦର୍ଶନ ଆରମ୍ଭ ହେବ। ସକାଳ ସାଢ଼େ ୭ଟାରୁ ସାଢ଼େ ୮ଟା ମଧ୍ୟରେ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରିବେ।
ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ
You Might Also Like
Leave a Comment
Leave a Comment
- Advertisement -
