ରଣପୁର: ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଲା ୩ ରଥ

Odisha Hot News
1 Min Read

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁର ରଥ ଯାତ୍ରାରେ ସୋମବାର ବଡ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିବା ବେଳେ ମଙ୍ଗଳବାର ମହାବାହୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଚିଂଥିଲା। ଆଜି ଦିନ ୧୧ ଘଟିକା ସମୟରେ ନନ୍ଦିଘୋଷ ରଥ ଟଣା ଯାଇଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ଯିବା ସମୟରେ ବଡଦାଣ୍ଡ ରେ ଏକ ବିଦ୍ୟୁତ ଖୁଟିଂରେ ଲାଗି ଯାଇଥିଲା। ପରେ ରଥ ଟଣା ଆରମ୍ଭ ହୋଇଥିଲା।

କିଛି ବାଟ ଗଲା ପରେ ଜଗନ୍ନାଥଙ୍କ ନେତ ଖସି ପଡିଥିଲା। ପରେ ସେଠାରେ ନିୟମ ବିଭିନ୍ନ ନୀତିକାନ୍ତି କରାଯାଇ ପୁଣି ରଥ ଟଣା ଆରମ୍ଭ କରାଯାଇଥିଲା। ଯାହାଫଳରେ ଦିନ ୨ ଘଟିକା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରଭୁ ଜଗନ୍ନାଥଙ୍କ ରଥ ପହଂଚି ଥିଲା। ୩ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିବା ପରେ ସନ୍ଧ୍ୟା ୫ ଘଟିକା ସମୟରେ ପହଣ୍ଡି କରାଯାଇ ସନ୍ଧ୍ୟାରେ ତିନି ଠାକୁରଙ୍କୁ ଆଡପ ମଣ୍ଡପକୁ ବିଜେ କରାଯାଇଥିଲା  ତିନି ଠାକୁର ଆଡପ ମଣ୍ଡପରେ ବିଜେ ହେବା ପରେ ନୀତି ଅନୁଯାଇ ମାଘ ସ୍ନାନ ଓ ଅନ୍ୟନ ନୀତି ସମ୍ପନ୍ନ କରା୍‌ାଇଛି। ବୁଧବାର ଠାରୁ ଭକ୍ତ ମାନେ ୩ ଠାକୁର ଙ୍କୁ ଆଡପ ମଣ୍ଡପରେ ଦର୍ଶନ କରିବେ।

Share This Article