ମାଲକାନଗିରି : ଶେଷ ସମୟରେ ମୁହଁରେ ମୁନ୍ଦାଏ ପାଣି ଦେବ। ମୁଖାଗ୍ନି ସହ ପ୍ରତିବର୍ଷ ପିଣ୍ଡଦାନ କରିବ। ଏମିତି ମନୋଭାବ ଯୋଗୁଁ ଏବେ ବି ପୁଅର ଗୁରୁତ୍ବକୁ କେହି କେହି ଉପଲବ୍ଧି କରନ୍ତି। ଏପରିକି ସେହିଭଳି ପରଂପରା କାଳ କାଳ ଧରି ସମାଜରେ ରହି ଆସିଛି। କିନ୍ତୁ ମାଲକାନଗିରି ଜିଲ୍ଲାରେ ଠିକ୍ ବିପରୀତ ଦୃଶ୍ୟ ଆଜି ଦେଖିବାକୁ ମିଳିଛି। ବାପାଙ୍କ ଶେଷକୃତ୍ୟ ପାଇଁ ପୁଅର ଅଭାବ ରଖିଲେ ନାହିଁ ଦୁଇ ଝିଅ। ପୁଅ ଭଳି ବାପାଙ୍କ ଶବକୁ କାନ୍ଧେଇବା ସହ ମୁଖାଗ୍ନି ବି ଦେଲେ। ଯାହାକି ଜିଲ୍ଲାସାରା ଚର୍ଚ୍ଚାର ବିଷୟ ପାଲଟିଛି।
ମାଲକାନଗିରି ସଦର ମହକୁମା ସ୍ଥିତ କୁମୁଟିଗୁଡାରେ ରହୁଥିଲେ ସୁଶାନ୍ତ ପଟ୍ଟନାୟକ। ପରିବାର କହିଲେ ପତ୍ନୀ ଏବଂ ୩ଝିଅ। ବ୍ୟବସାୟ କରି ସୁଶାନ୍ତ ପରିବାର ଚଳାଉଥିଲେ। ତେବେ ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ତାଙ୍କୁ ପ୍ରଥମେ ମାଲାକନଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ଅବସ୍ଥାରେ ବିଶେଷ ପରିବର୍ତନ ନହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା। ଅନ୍ୟପଟେ ଝିଅମାନେ ବାପାଙ୍କୁ ପୁଅର ଅଭାବ କେବେ ହେବାକୁ ଦେଇ ନଥିଲେ। ଶେଷ ସମୟରେ ବି ବାପାଙ୍କ ପାଖେ ପାଖେ ରହିଥିଲେ। ଶବ ମାଲକାନଗିରି ପହଞ୍ଚିବା ବେଳକୁ ଦୁଇ ଝିଅ ନିକଟରେ ଥିଲେ। ବ୍ରହ୍ମପୁରରେ ଚାକିରି କରୁଥିବା ବଡ଼ ଝିଅ ଖବର ପାଇ ଘରେ ପହଞ୍ଚିଥିଲା। ଏହାପରେ ସାନ ଦୁଇ ଝିଅ ବାପାଙ୍କ କୋକେଇ କାନ୍ଧେଇ ଶ୍ମଶାନକୁ ଚାଲିଥିଲେ। ଝିଅ ଶବ କାନ୍ଧେଇବା ପରମ୍ପରା ହିନ୍ଦୁ ଧର୍ମରେ ବିଶେଷ କରି ଦେଖିବାକୁ ମିଳେନାହିଁ। ହେଲେ ଆଜିର ଘଟଣା ଲୋକଙ୍କୁ ଚକିତ କରିଥିବା ବେଳେ ମୁହଁରୁ ଆପେ ଆପେ ପ୍ରଶଂସା ବି ବାହାରି ପଡ଼ୁଥିଲା। ଶବକୁ ମୁଖାଗ୍ନି ଦେଇ ଦୁଇ ଝିଅ ନିଜ ଦାୟିତ୍ବ ତଥା କର୍ତବ୍ୟକୁ ସଂପାଦନ କରିଥିଲେ।

Дополнительная информация: http://zoompost.ru
Нужна стальная лента? лента стальная широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
лента бандажная f 207 лента стальная оцинкованная
Everything for Minecraft https://topminecraftworldseeds.com in one place: mods, skins, maps, texture packs, and the best seeds for survival, creativity, and adventure. Collections of popular add-ons, installation instructions, updates, and secure downloads for different versions of the game.
Расширенный обзор: https://perfumerio.ru/s/christian-dior-miss-dior-cherie-parfum/