ପୂର୍ବ ଶତ୍ରୁତା ଯୋଗୁଁ ଆକ୍ରମଣ, ମହିଳାକୁ ଅସଦାଚରଣ ଅଭିଯୋଗ

Odisha Hot News
1 Min Read

ଜଗତସିଂହପୁର: ଏରସମା ଥାନା ଗୋଡା ଗ୍ରାମରେ ପୂର୍ବ ଶତ୍ରୁତା କେନ୍ଦ୍ରକରି ଯୋଜନାବଦ୍ଧ ଭାବେ ସଂଗବଦ୍ଧ ହୋଇ ଜଣେ ବ୍ୟକ୍ତିକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ସୌମିତ୍ର ଦାସ ଗୁରୁତର ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ପୁଅ ସୁକମଲ୍ ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଗ୍ରାମର ରଞ୍ଜୁ ସାମନ୍ତଙ୍କ ସ୍ବାମୀଙ୍କୁ ଅଭିଯୁକ୍ତ ମାନେ ସଂଗବଦ୍ଧ ହୋଇ ଆକ୍ରମଣ କରିଥିବା ଜଣାପଡିଛି। ଏଥିରେ ପତ୍ନୀ ପ୍ରତିବାଦ କରିବାରୁ ତାଙ୍କୁ ଅସଦାଚରଣ କରାଯାଇଥିବା ନେଇ ମଧ୍ୟ ଏତଲା କରାଯାଇଛି। ଅଭିଯୋଗ ଆଧାରରେ ପୋଲିସ ଦୁଇଟି ମାମଲା ରୁଜ୍ଜୁ କରି ଘଟଣା ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ସୁକମଲ ଦାସଙ୍କ ବାପା ସୌମିତ୍ର ଦାସ ପୂର୍ବରୁ ଏକ ଆକ୍ରମଣ ନେଇ କିଛି ବ୍ୟକ୍ତି ମାନଙ୍କ ନାମରେ କୋର୍ଟ ରେ କେସ ଦାୟର କରିଥିଲେ। ଏଥିରେ ସେମାନେ ଆକ୍ରୋଶ ରଖି ସୌମିତ୍ର କୁ ମାଡ଼ ମାରିବା ପାଇଁ ଜଗି ବସିଥିଲେ। ଏହି ସମୟରେ ସେ ଗାଁ ଠାକୁରାଣୀ ମନ୍ଦିର ରାସ୍ତା ଅତିକ୍ରମ କରି ଘରକୁ ଫେରୁଥିବା ସମୟରେ ପ୍ରତାପ ସାମନ୍ତ ଙ୍କ ସମେତ ୬ ରୁ ୭ ଦୃର୍ବୁତ୍ତ ତାଙ୍କୁ ମନ୍ଦିର ପାଖ ମଣ୍ଡପ ନିକଟକୁ ଉଠାଇ ନେଇ ହାତ ଗୋଡ଼ ବାନ୍ଧି ମାଡ଼ ମାରିଥିଲେ।

ଏହି ସମୟରେ ପୁଅ ମୋବାଇଲ ରେ ଭିଡିଓ କରୁଥିବା ବେଳେ ପୁଅକୁ ମଧ୍ୟ ଧମକ ଦେଇ ମୋବାଇଲ ଟିକୁ ଛଡ଼ାଇ ନେଇଥିଲେ। ଏନେଇ ପୁଅ ସୁକମଲ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Share This Article