ବାପ ଓ ପୁଅଙ୍କ ଆକ୍ରମଣରେ ଯୁବକ ଗୁରୁତର: ଉଭୟ ପକ୍ଷରୁ ଥାନାରେ ଏତଲା

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ କନିଆରବାଡ ଗ୍ରାମର ସନ୍ତୋଷ ସାହୁ, ଦୁଇ ପୁଅ ରାଜେଶ ଓ ରବିଙ୍କ ଆକ୍ରମଣରେ ବାବୁ ସାହୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ଗୁରୁତରଙ୍କୁ ସୁମଣ୍ଡଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରିସ୍ଥିତି ଗମ୍ଭୀର ହେବାରୁ ବାବୁଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଆହତ ବାବୁଙ୍କ ଘର ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ବାଘଳା ଗ୍ରାମରେ ହୋଇଥିବା ବେଳେ ସେ ନିଜ ଭିଣୋଇ କୃଷ୍ଣ ସାହୁଙ୍କ ଘରେ ଏହି କିଛି ମାସ ହେଲା ରହି ଉଭୟେ ଶଳା ଭିଣୋଇ ମିଶି ବ୍ୟବସାୟ କରୁଥିଲେ। କିନ୍ତୁ ଘଟଣା କ’ଣ ହୋଇଛି କେଜାଣି ବାବୁ ରାତିରେ ବନ୍ଧରୁ ଗାଧୋଇ ଘରକୁ ଫେରୁଥିବା ବେଳେ ବାପ ଓ ପୁଅ ତିନି ଜଣ ମିଶି ଲୁହା ଛଡ଼ରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କ ଭିଣୋଇ ଓ ଗ୍ରାମବାସୀ ମିଶି ଉଦ୍ଧାର କରି ଚିକିତ୍ସା ନିମନ୍ତେ ସୁମଣ୍ଡଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବାବୁଙ୍କ ଭିଣୋଇ ଠାରୁ ଏତଲା ଗ୍ରହଣ କରି ତଦନ୍ତ ଚଳାଇଛନ୍ତି।

ଏତଦବ୍ୟତୀତ ସନ୍ତୋଷ ସାହୁ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି।

Share This Article