ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରେ ନିଆଁ, ଦୁଇଟି ଦମକଳ ନିୟୋଜିତ

Odisha Hot News
1 Min Read

ଭୁବନେଶ୍ବର: ଆଜି ସକାଳେ ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରେ ପ୍ରବଳ ନିଆଁ ଲାଗିଛି। ଏକ ଫ୍ଲାଟ ଭିତରେ ନିଆଁ ଲାଗି ତାହା ବାହାରକୁ ବାହାରି ଆସିଛି। ଫଳରେ ଘର ଭିତରେ ନିଆଁ ଏତେ ଜୋର ହୋଇଛି ଯେ ତାହା ହୁତୁହୁତୁ ହୋଇ ବାହାରକୁ ଦେଖାଯାଉଛି। ଖବର ପାଇଁ ଦମକଳ ବାହିନୀ ଆସି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଘଟଣାକୁ ଜଣାଯାଇଛି ଯେ, ଭୁବନେଶ୍ବର ପଟିଆ ଅଞ୍ଚଳରେ ଥିବା ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ସକାଳୁ ଧୂଆଁ ବାହାରୁଥିବାର ଦେଖାଯାଇଥିଲା। ଆପାର୍ଟମେଣ୍ଟର ଆଠ ମହଲାରେ ଥିବା ଏକ ଫ୍ଲାଟରୁ ଏହି ଧୂଆଁ ବାହାରିଥିଲା। ସେଠାକାର ବାସିନ୍ଦା ଜାଣିପାରିବା ପରେ ସମସ୍ତେ ତଳକୁ ସୁରକ୍ଷିତ ଭାବେ ଓହ୍ଲାଇ ଆସିଥିଲେ। ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ବର୍ତ୍ତମାନ ନିଆଁ ନିୟନ୍ତ୍ରଣ ହୋଇଯାଇଥିବାର ଜଣାପଡିଛି।

Share This Article