ବ୍ରହ୍ମପୁରରେ ବିଶ୍ଵ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳିତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରାକରଣ ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଆଇ ଏସ୍ ଆର ଡି ସ୍ବେଚ୍ଛାସେବୀ ସଂସ୍ଥା ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଆଇ ଏସ୍ ଆର ଡି ନିର୍ଦ୍ଦେଶକ ସୁଧୀର ସାବତଙ୍କ ସଂଯୋଜନାରେ ବୁଧବାର ପୁର୍ବାହ୍ନରେ ବ୍ରହ୍ମପୁର ରେଳଷ୍ଟେସନ ଠାରୁ ଏକ ଏକ ସମାବେଶ ଓ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୁର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ରାଜ୍ୟ କାଜୁ ନିଗମର ପୁର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପତାକା ଦେଖାଇ ଶୋଭାଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓ ଉପସ୍ଥିତ ଅତିଥି, ନିର୍ଦ୍ଦେଶକ ସୁଧୀର ସାବତ ଶ୍ରମିକ ନେତା ଶରତ ପଣ୍ଡା, ସମାଜସେବୀ ସୁଶାନ୍ତ ସାବତ ଓ ବ୍ରହ୍ମପୁର ରେଳଷ୍ଟେସନ ଷ୍ଟେସନ ପରିଚାଳକ ପ୍ରମୁଖ ଆଜିର ସମାଜରେ ଶିଶୁ ମାନେ ପାଠ ନ ପଢି ଶ୍ରମିକ ଭାବେ କାମ କରିବା ପାଇଁ ବାହାରକୁ ଚାଲିଯାଉଛନ୍ତି। ଏହି ଭଳି ପରିସ୍ଥିତିରେ ଏହାର ମୁଳତ୍ପାଟନ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସକ୍ଷୀ କେନ୍ଦ୍ର ପ୍ରଶାସିକା ମହେଶ୍ୱତା ପାଢ଼ୀ, ଆଇନ ସହାୟିକା ସ୍ନେହମୟୀ ପାଢ଼ୀ, ପ୍ରିତୀ ସରିତା ଓ ପାର୍ବତୀ ମଲିକ ପ୍ରମୁଖ ସହଯୋଗ କରିଥିଲେ।

Share This Article