ବାଲୁଗାଁ: ରେଳ ଟ୍ରାକରୁ ମହିଳାଙ୍କ ମୃତ ଦେହ ଉଦ୍ଧାର

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଷ୍ଟେସନ ୨ନଂ ପ୍ଲାଟଫର୍ମ ନିକଟରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି।

ଖବର ମୁତାବକ ବାଣପୁର ଭେଟେଶ୍ୱର ଗ୍ରାମର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସ୍ତ୍ରୀ କୁମାରୀ ପ୍ରଧାନ (୫୩) କୌଣସି କାମରେ ପରିବାର ସମେତ ଭୁବନେଶ୍ୱର ଟ୍ରେନ ଯୋଗେ ଯାଉଥିବା ବେଳେ ପ୍ଲାଟଫର୍ମ ଠାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ସଂସ୍ପର୍ଶରେ ଆସି ପ୍ଲାଟଫର୍ମ ତଳେ ରେଳ ଟ୍ରାକରେ ପଡିଯାଇଥିଲେ। ମାଲବାହୀ ଟ୍ରେନଟି ପ୍ଲାଟଫର୍ମ ଅତିକ୍ରମ କରିବା ପରେ ମହିଳାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ତଦନ୍ତ ଜାରି ରଖିଛି ଆରପିଏଫ।

Share This Article