ବିଜେଡିର ବିପର୍ଯ୍ୟୟ ପରେ ମୁହଁ ଖୋଲିଲେ କାର୍ତ୍ତିକ ପାଣ୍ଡିଆନ, କହିଲେ ଏପରି କଥା

Odisha Hot News
1 Min Read

ଭୁବନେଶ୍ବର: ବିଜେଡିର ବଡ ବିପର୍ଯ୍ୟୟ ପରେ ଶେଷରେ ମୁହଁ ଖୋଲିଛନ୍ତି ଭି କେ ପାଣ୍ଡିଆନ। ବିଭିନ୍ନ ମହଲରେ ସେ କୁଆଡେ ଗଲେ କଣ କରୁଛନ୍ତି ପ୍ରଭୃତି ଆଶଙ୍କା ସୃଷ୍ଟି ହୋଇଛି। ଚଳିତ ନିର୍ବାଚନରେ ସେ ହିଁ ବିଜେଡିର ମଙ୍ଗ ଧରିଥିଲେ। ହେଲେ ଦଳ ଏକ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ଏପରି ପରିସ୍ଥିତି ପରେ ମୁହଁ ଖୋଲିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନିଜ ଟୁଇଟରରେ ସେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ” ସବୁଦିନ ସମୟ ଭଲ ଆସିଥାଏ, କିନ୍ତୁ ପରିସ୍ଥିତି ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଯେତେ ବାଧା ବିଘ୍ନ ଆସୁ ନା କାହିଁକି ସର୍ବଦା ବିଜୁ ଜନତା ଦଳ ସାଢେ ଚାରିକୋଟି ଓଡିଶାବାସୀଙ୍କ ସହିତ ରହିବ। ଓଡିଶା ବାସୀଙ୍କ ସହିତ ଭଲ ସମୟରେ ରହିଥିଲୁ ଏବଂ ଖରାପ ସମୟରେ ବି ରହିବୁ, ତାଙ୍କ ଭଲ ପାଇବା ଆମ ପାଇଁ ବଡ଼। ସବୁ କିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା, ଆମେ ଧରା ପୃଷ୍ଟରେ ନିମିତ୍ତ ମାତ୍ର।”

Share This Article