ଭାଙ୍ଗିଲା ଓଡିଶା ବିଧାନସଭା, ରାଜ୍ୟ କ୍ୟାବିନେଟ ସୁପାରିଶକୁ ଗ୍ରହଣ କଲେ ରାଜ୍ୟପାଳ

Odisha Hot News
1 Min Read

ଭୁବନେଶ୍ବର: ଶେଷ ଓଡିଶାର ଷୋଢଶ ବିଧାନସଭା ଭଙ୍ଗ ହୋଇଛି। ଏ ନେଇ ରାଜ୍ୟପାଳ ସ୍ବୀକୃତ ଦେବା ପରେ ସଂସଦୀୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ନିୟମ ଅନୁସାରେ ଏହି ମନ୍ତ୍ରୀ ମଣ୍ଡଳ ନୂଆ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ ଷୋଢଶ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା। ଯାହାକୁ ରାଜ୍ୟପାଳ ଗ୍ରହଣ କରି ସଂସଦୀୟ ବିଭାଗକୁ ପଠାଇଦେଇଛନ୍ତି। ଆସନ୍ତାକାଲି ମଙ୍ଗଳବାରରେ ଭୋଟ ଗଣତି ହେବା ପରେ ନୂଆ ସରକାର ନେଇ ସ୍ପଷ୍ଟ ଚିତ୍ର ଆସିବ।

Share This Article