ଗୋରୁ ବୋଝେଇ କଣ୍ଟେନର ଜବତ କଲା ବାଣପୁର, ୬୧ ଗୋରୁ ଉଦ୍ଧାର

Odisha Hot News
1 Min Read

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଏକ ଗୋରୁ ବୋଝେଇ କଣ୍ଟେନର ଜବତ କରିଛି। ତନ୍ମଧ୍ୟରୁ ୬୧ ଗୋଟି ଗୋରୁ ଉଦ୍ଧାର କରିଛି ପୋଲିସ। ହେଲେ ସମ୍ପୃକ୍ତ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି।

ଆଇଆଇସି ରମେଶ କୁମାର ଦେବତାଙ୍କ ସୂଚନା ମୁତାବକ ଆଜି ଭୋରରୁ ଖୋର୍ଦ୍ଧାରୁ ଆନ୍ଧ୍ର ଅଭିମୁଖେ ଏକ ଗୋରୁ ବୋଝେଇ କଣ୍ଟେନର ଯାଉଥିବାର ଖବର ପାଇ ବଜରଙ୍ଗ ଦଳ କର୍ମୀ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ସେହି ସମୟରେ ପୋଲିସ ମଧ୍ୟ ପେଟ୍ରୋଲିଂ ଜାରି ରଖିଥିଲା। ତେବେ ପୋଲିସ ଦ୍ଵାରା ଉକ୍ତ ଗାଡିକୁ ଧରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ବେଲପଡା ଛକ ନିକଟରୁ ପୋଲିସ ଉକ୍ତ କଣ୍ଟେନରକୁ ଜବତ କରିଥିବା ବେଳେ ତନ୍ମଧ୍ୟରୁ ୬୧ ଗୋଟି ଗୋରୁ ଉଦ୍ଧାର ହୋଇଥିବା ଆଇଆଇସି କହିଛନ୍ତି।

ତେବେ ଉଦ୍ଧାର ଗୋରୁଙ୍କୁ ଧୂଆଁଳସ୍ଥିତ ଗୋଶାଳାକୁ ହସ୍ତାନ୍ତର କରାଯାଇଥିବା ବେଳେ ଗାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯିବରେ ସକ୍ଷମ ହୋଇଛି। ଏ ସଂକ୍ରାନ୍ତରେ ବାଣପୁର ପୋଲିସ କେସ ନମ୍ବର ୨୦୧/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share This Article